ଓଡିଶା

odisha

ETV Bharat / city

ପରୀକ୍ଷା ସ୍ଥଗିତ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ପରୀକ୍ଷା ସ୍ଥଗିତ ଦାବିରେ ପୁରୀ ସୁରଜମଲ ଶାହା କଲେଜର ଶତାଧିକ ଶିକ୍ଷାର୍ଥୀଙ୍କ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ରାସ୍ତାରୋକ । ଅଧିକ ପଢନ୍ତୁ...

ପରୀକ୍ଷା ସ୍ଥଗିତ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ପରୀକ୍ଷା ସ୍ଥଗିତ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

By

Published : Apr 16, 2021, 4:14 PM IST

ପୁରୀ:ଗତବର୍ଷ ଓ ଚଳିତ ବର୍ଷ ଶିକ୍ଷାଦାନରେ କୋରୋନା ବାଧକ ସାଜିଥିବାରୁ କ୍ଲାସ ଠିକ୍ ଭାବେ ହୋଇପାରି ନାହିଁ । ବର୍ତ୍ତମାନ ପରୀକ୍ଷା ସମୟ । ଅନଲାଇନରେ ଶିକ୍ଷାର୍ଥୀମାନେ କ୍ଲାସ କରିଥିବା ଯୋଗୁଁ ଏବେ ପରୀକ୍ଷା ମଧ୍ୟ ଅନଲାଇନରେ କରିବାକୁ ଶିକ୍ଷାର୍ଥୀ ମହଲରେ ଦାବି ହେଉଛି ।

ପରୀକ୍ଷା ସ୍ଥଗିତ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଏନେଇ ସମଗ୍ର ରାଜ୍ୟରେ ଛାତ୍ର ଅସନ୍ତୋଷ ତେଜିବାରେ ଲାଗିଛି । ଗୁରୁବାର ପୁରୀ ସାମନ୍ତଚନ୍ଦ୍ର ଶେଖର ମହାବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟରେ ତୀବ୍ର ଛାତ୍ର ଅସନ୍ତୋଷ ଦେଖା ଯାଇଥିବାବେଳେ ଆଜି (ଶୁକ୍ରବାର) ସୁରଜମଲ ଶାହା କଲେଜର ଶତାଧିକ ଛାତ୍ରଛାତ୍ରୀ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।

ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହେବାରୁ ସଦର ଥାନା ପୋଲିସ ସେଠାରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି । ଯୁକ୍ତ 3 ବିଭାଗର ଅଧିକାଂଶ କ୍ଲାସ ଶେଷ ନ ହୋଇଥିବା ଯୋଗୁଁ ଅନଲାଇନ ପରୀକ୍ଷା ହେଉ ନଚେତ୍ ପରୀକ୍ଷା ବାତିଲ କିମ୍ବା ଘୁଞ୍ଚାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details