ଓଡିଶା

odisha

ETV Bharat / city

କାର୍ତ୍ତିକରେ ମହାପ୍ରସାଦ ଯୋଗାଇବା ପାଇଁ ସୁଆର ମହାସୁଆର ନିଯୋଗର ସ୍ବତନ୍ତ୍ର ବ୍ୟବସ୍ଥା - puri news

କାର୍ତ୍ତିକ ମାସରେ ପୁରୀ ଆସୁଥିବା ଭକ୍ତ କିଭଳି ଭଲରେ ସୁରୁଖୁରୁରେ ମହାପ୍ରସାଦ ପାଇବେ ସେ ନେଇ ଅଣ୍ଟା ଭିଡିଛି ସୁଆର ମହାସୁଆର ନିଯୋଗ ।କାର୍ତ୍ତିକ ମାସରେ ପୁରୀ ଆସୁଥିବା ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣଦ୍ବାରରେ ସ୍ବତନ୍ତ୍ର ସେଡ କରାଯାଇଛି । ଅଧିକ ପଢନ୍ତୁ...

ଭକ୍ତଙ୍କୁ ମହାପ୍ରସାଦ ଯୋଗାଇ ଦେବା ନେଇ ଅଣ୍ଟା ଭିଡ଼ିଲା ସୁଆର ମହାସୁଆର ନିଯୋଗ
ଭକ୍ତଙ୍କୁ ମହାପ୍ରସାଦ ଯୋଗାଇ ଦେବା ନେଇ ଅଣ୍ଟା ଭିଡ଼ିଲା ସୁଆର ମହାସୁଆର ନିଯୋଗ

By

Published : Oct 30, 2020, 9:31 PM IST

ପୁରୀ: ଭକ୍ତଙ୍କୁ ମହାପ୍ରସାଦ ଯୋଗାଇ ଦେବା ନେଇ ଅଣ୍ଟା ଭିଡିଲା ସୁଆର ମହାସୁଆର ନିଯୋଗ । କାର୍ତ୍ତିକ ମାସରେ ପୁରୀ ଆସୁଥିବା ଭକ୍ତ କିଭଳି ଭଲରେ ସୁରୁଖୁରୁରେ ମହାପ୍ରସାଦ ପାଇବେ ସେ ନେଇ ଅଣ୍ଟା ଭିଡିଛି ସୁଆର ମହାସୁଆର ନିଯୋଗ ।

ଭକ୍ତଙ୍କୁ ମହାପ୍ରସାଦ ଯୋଗାଇ ଦେବା ନେଇ ଅଣ୍ଟା ଭିଡ଼ିଲା ସୁଆର ମହାସୁଆର ନିଯୋଗ

କାର୍ତ୍ତିକ ମାସରେ ପୁରୀ ଆସୁଥିବା ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣଦ୍ବାରରେ ସ୍ବତନ୍ତ୍ର ସେଡ କରାଯାଇଛି । ଲୋକ ମାନେ ଟୋକନ ନେଇ ମହାପ୍ରସାଦ ପାଇପାରିବେ । ତେବେ ସବୁଠୁ ବଡ଼ କଥା ହେଉଛି ଯେଉଁ ବୟସ୍କ ମହିଳା ମାନେ କାର୍ତ୍ତିକ ବ୍ରତ କରିବେ ସେମାନଙ୍କୁ କିଭଳି ମହାପ୍ରସାଦ ସେ ରହୁଥିବା ମଠ, ଲଜିଂରେ ସିଧା ସଳଖ ଦିଆଯାଇ ପାରିବ ସେ ନେଇ ସୁଆର ମହାସୁଆର ନିଯୋଗ ବ୍ୟବସ୍ଥା କରିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବୟସ୍କ ବ୍ୟକ୍ତି ମାନେ ଶ୍ରୀମନ୍ଦିର ନ ଆସି ସେମାନେ ରହୁଥିବା ଠିକଣା ଦେଲେ ସୁଆର ମହାସୁଆର ନିଯୋଗ ପକ୍ଷରୁ ମହାପ୍ରସାଦ ଉକ୍ତ ସ୍ଥାନ ରେ ପହଞ୍ଚାଇ ଦେବାର ବ୍ୟବସ୍ଥା ହେଉଛି । ନିଯୋଗ ଯୋଗାଯୋଗ କଲେ ବ୍ୟବସ୍ଥା କରିଦିଆଯିବ ବୋଲି ସୁଆର ମହାସୁଆର ନିଯୋଗ ସମ୍ପାଦକ କହିଛନ୍ତି ।

ସେହିପରି ପୁରୀ ବାହାରୁ ଆସୁଥିବା ଭକ୍ତ ଶ୍ରୀମନ୍ଦିର ପାଖରେ ଥିବା କାଉଣ୍ଟରରୁ ଟୋକନ ନେଇ ମହାପ୍ରସାଦ ନେଇ ପାରିବେ । ତେବେ ଅନେକ ଭକ୍ତ ଆନନ୍ଦ ବଜାର ବନ୍ଦ ଥିବାରୁ ମହାପ୍ରସାଦଖାଇବାରେ ଅସୁବିଧା ଭୋଗୁଛନ୍ତି । ଯଦି ପ୍ରଶସାନ ପକ୍ଷରୁ ଉତ୍ତର ପାର୍ଶ୍ଵ ମଠ ନିକଟରେ ଏ ନେଇ ଏକ ସେଡ କରାଯାଇ ବ୍ୟବସ୍ଥା ହୁଅନ୍ତା ଅନେକ ଭକ୍ତ ସେଠାରେ ବସି ମହାପ୍ରସାଦ ଖାଇପାରନ୍ତେ ବୋଲି ମତ ଦେଇଛନ୍ତି ସୁଆର ମହା ସୁଆର ନିଯୋଗ ସମ୍ପାଦକ । ସେହିପରି ସୁଆର ମହାସୁଆର ନିଯୋଗ ଏକ ଫୋନ ନମ୍ବର ଉକ୍ତ କାଉଣ୍ଟରରେ ଦେବ । ସେହି ନମ୍ବରରେ ଭକ୍ତ ମାନେ ଯୋଗାଯୋଗ କରି ବରାଦୀ ଅବଢ଼ା ନେଇ ପାରିବେ ।

ଅନ୍ୟପଟେ ଯେଉଁ ଭକ୍ତ ମହା ପ୍ରସାଦ ଖାଇବାକୁ ଚାହିଁବେ 80 ଟଙ୍କା ଭିତରେ ଅବଢ଼ା , ଡାଲି , ବେଶର , ମହୁର ନେଇ ଖାଇ ପାରିବେ । ଭକ୍ତ ମାନେ କିଭଳି ଭଲରେ ମହା ପ୍ରସାଦ ପାଇବେ ସେଥିପାଇଁ ମହାପ୍ରସାଦ ଦର ମଧ୍ୟ ଅଧିକ ମଧ୍ୟ ନ ଥିବା ସୁଆର ମହାସୁଆର ନିଯୋଗ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details