ପୁରୀ:ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀଙ୍କ ଟାୟାର ଜାଳି ରାସ୍ତାରୋକ। ପୁରୀ ସରକାରୀ ମହିଳା କଲେଜର ମୁଖ୍ୟ ଫାଟକ ଭାଙ୍ଗିଲେ ଛାତ୍ରୀ। ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ଏପରିକି ପୋଲିସ ଓ ଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି।
ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଉତ୍ତେଜନା - student strike in puri women's college
ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଉତ୍ତେଜନା । ପରୀକ୍ଷା ଘୁଞ୍ଚାଇବା ଦାବିରେ ଦେଲେ ଧାରଣା । ଅଧିକ ପଢନ୍ତୁ...
ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବିରେ ଛାତ୍ରୀ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ଯୁକ୍ତ ତିନି ଦ୍ବିତୀୟ ବର୍ଷର ବାଣିଜ୍ୟ, ବିଜ୍ଞାନ ଓ କଳା ବିଭାଗରେ ଅନଲାଇନ କ୍ଲାସ ହୋଇପାରିନାହିଁ।ଏପରିକି ଅଫଲାଇନ କ୍ଲାସ ସମୟରେ ଅଧିକାଂଶ ଅଧ୍ୟାପକ କଲେଜକୁ ଆସି କ୍ଲାସ କରିନାହାନ୍ତି। ଏପଳି ସ୍ଥଳେ ଆଗାମୀ ୨୨ତାରିଖରେ ସେମିଷ୍ଟର ପରୀକ୍ଷା ହେବା ପାଇଁ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। କ୍ଲାସ ନ ହୋଇ ଆବଶ୍ୟକ କୋର୍ସ ସରି ନଥିବାବେଳେ ପରୀକ୍ଷା ହେବା ସମ୍ଭବ ନୁହେଁ ବୋଲି ଅଭିଯୋଗ ଆଣିଛନ୍ତି ଧାରଣାରେ ବସିଥିବା ଛାତ୍ରୀ । ପୂର୍ବରୁ ମଧ୍ୟ ସେମାନେ ଧାରଣା ଦେଇଥିଲେ। ଦାବି ପୂରଣ ନହେବାରୁ ସେମାନେ ବାଧ୍ୟହୋଇ ରାସ୍ତାରୋକ କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ