ପୁରୀ :ଜିଲ୍ଲା କାକଟପୁର, ଅସ୍ତରଙ୍ଗ, ନୟାହାଟର ଶତାଧିକ ଛାତ୍ରଛାତ୍ରୀ କାକଟପୁର ମୁଖ୍ୟ ରାସ୍ତାରେ ଦ୍ୱାଦଶ ପରୀକ୍ଷା ବାତିଲ କରିବା ଦାବିରେ ଧାରଣା ଦେଇଛନ୍ତି। କୋଭିଡ୍ ସ୍ଥିତି ଯୋଗୁଁ ସମସ୍ତ ମହାବିଦ୍ୟାଳୟରେ ପାଠପଢା ପ୍ରାୟ 2 ବର୍ଷ ହେବ ପ୍ରଭାବିତ ହୋଇଆସୁଛି । ମାତ୍ର 6 ରୁ 7 ମାସ ପାଠପଢା ହେବା ପରେ ରାଜ୍ୟ ସରକାର ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା ।
ଏନେଇ ଗୁରୁବାର କାକଟପୁର, ଅସ୍ତରଙ୍ଗ ଓ ନୟାହାଟର ଶତାଧିକ ଛାତ୍ରଛାତ୍ରୀ କାକଟପୁର ମୁଖ୍ୟ ରାସ୍ତାରେ ଧାରଣା ଦେଇଛନ୍ତି । କୋର୍ସ ଶେଷ ହୋଇ ନଥିବାରୁ ପରୀକ୍ଷା ଦେବା ସମ୍ଭବ ନୁହେଁ। ସେଥିପାଇଁ ପରୀକ୍ଷା ବାତିଲ କର ନଚେତ ଘୁଞ୍ଚାଇ ଦିଅ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି ।