ଓଡିଶା

odisha

ETV Bharat / city

ଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଖନନ, ଏସଟିଏଫ ହାତରେ ମୁଖ୍ୟ ଦଲାଲ - ଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଖନନ

ଜଗନ୍ନାଥଙ୍କ ଜମିରେ ଚାଲିଥିଲା ବେଆଇନ ପଥର ଖଣି ଖନନ । ଏହି ପ୍ରକ୍ରିୟାରେ ବଡ ବଡ ପଥର ମାଫିଆ ଓ ଖଣି ମାଫିଆଙ୍କ ମଧ୍ୟରେ ଲିଙ୍କ୍ ରହିଥିଲା । ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଦଲାଲକୁ ଗିରଫ କରିଛି ପୋଲିସ । ଅଧିକ ଖବର ପଢନ୍ତୁ...

Stf arrested mining mafia
ଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଖନନ,ଏସଟିଏଫ ହାତରେ ମୁଖ୍ୟ ଦଲାଲ

By

Published : Dec 27, 2019, 10:24 PM IST

ଭୁବନେଶ୍ବର: ଶ୍ରୀଜଗନ୍ନାଥ ଜମିରେ ବେଆଇନ ପଥର ଖଣି ଖନନ । ଲୁଟୁଥିଲେ ଖଣି ମାଫିଆ ଓ ଜମି ଦଲାଲ । ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥ ଜମିରେ ଏଭଳି ବେଆଇନ ପଥର ଖଣି ଖନନ ଅଭିଯୋଗରେ ଜଣେ ଦଲାଲକୁ ଗିରଫ କରିଛି ଏସଟିଏଫ।

ଏହି ପଥର ମାଫିଆ ଓ ଖଣି ମାଫିଆଙ୍କ ମଧ୍ୟରେ ଥିଲା ବଡ ଲିଙ୍କ୍। କେଉଁ ଖଣିରୁ ଖନନ ପରେ କେଉଁ ପଥର ମାଫିଆ କେଉଁଠି ବିକ୍ରି କରିବେ ସେସବୁର ବୁଝାସୁଝା କରୁଥିଲେ ଏହି ଦଲାଲ । ଗିରଫ ଦଲାଲ ଜଣକ ହେଲେ ରାଜେଶ କୁମାର ବରାଳ ଓରଫ ପିଣ୍ଟା । ତା ଘର କୁମ୍ଭାରବସ୍ତ ଖୋର୍ଦ୍ଧାରେ । ଗିରଫ ପରେ ଏସଟିଏଫ ଜାଣିବାକୁ ପାଇଛି ରାଜେଶର ଇତିହାସ । ତା ନାଁରେ ରହିଛି ଅନେକ ମାମଲା । ସହିଦନଗର ଥାନାରେ ଏନଡିପିଏସ ବା ମାଦକ ଦ୍ରବ୍ୟ କାରବାରଠୁ ଆରମ୍ଭ କରି ବେଆଇନ ବନ୍ଧୁକ ରଖିବା ଏଥିସହ ଖୋର୍ଦ୍ଧା ଥାନାରେ 3ଟି ମାମଲା ରୁଜୁ ହୋଇଛି ।

ପିଣ୍ଟାକୁ ଆପିସିର ଧାରା ୩୭୯/୪୧୧/୪୬୭/୪୬୮/୪୭୧/୧୨୦(B),୩୪ଓ ଆର୍ମସ ଆକ୍ଟ ୨୫/୨୭ ସହ ଏକ୍ସପୋଲସିଭ ଆକ୍ଟ ୩/୪/୫ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଗିରଫ ମୁଖ୍ୟ ଦଲାଲ ପାଖରୁ ଅନେକ ତଥ୍ୟ ଖୋଲିବା ପାଇଁ ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟକୁ ଆବେଦନ କରିଛି ଏସଟିଏଫ ଟିମ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details