ଓଡିଶା

odisha

ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବଜେଟ ନେଇ ଆଲୋଚନା

By

Published : Nov 2, 2021, 11:03 AM IST

Updated : Nov 2, 2021, 2:17 PM IST

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏଥିରେ ଅଧ୍ୟକ୍ଷତା କରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଅଧିକ ପଢନ୍ତୁ...

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବଜେଟ-ଭୂସମ୍ପତ୍ତି ସୁରକ୍ଷା ନେଇ ହେବ ଆଲୋଚନା
ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବଜେଟ-ଭୂସମ୍ପତ୍ତି ସୁରକ୍ଷା ନେଇ ହେବ ଆଲୋଚନା

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଦିନ ସାଢେ ୧୦ଟା ସମୟରେ ନିଳାଦ୍ରୀ ଭକ୍ତ ନିବାସରେ ବୈଠକ ବସିଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଶ୍ରୀମନ୍ଦିର ବଜେଟ୍ ଏବଂ ଭୂସମ୍ପତ୍ତି ସୁରକ୍ଷା ନେଇ ଆଲୋଚନା କରାଯିବ ।

ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବଜେଟ ନେଇ ଆଲୋଚନା

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିଭିନ୍ନ ତହସିଲ ଅଧିନରେ ମହାପ୍ରଭୁଙ୍କ ଜମି ହଡପ ପ୍ରସଙ୍ଗ ଓ ଜମି ସୁରକ୍ଷା ମୁଖ୍ୟ ପ୍ରସଙ୍ଗ ହେବ । ଏଥିରେ ମହାପ୍ରଭୁଙ୍କ ଜମିଜମା, ଖଣି ସମେତ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରାୟ ୧୯୦ କୋଟି ଟଙ୍କାର ବଜେଟ୍ ଉପରେ ଆଲୋଚନା କରାଯିବ । ଏହାବ୍ୟତୀତ ସେବାୟତ, ବରିଷ୍ଠ ଅଧିକାରୀ ଓ ଜେଟିପିଙ୍କ ଡ୍ରେସକୋଡ୍ ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇପାରେ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 2, 2021, 2:17 PM IST

ABOUT THE AUTHOR

...view details