ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରରେ ବାନ୍ତି କଲେ ଭକ୍ତ, ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି - ଶ୍ରୀମନ୍ଦିର ଭିତରେ ବାନ୍ତି କଲେ ଭକ୍ତ

ଶ୍ରୀମନ୍ଦିର ଭିତରେ ଭକ୍ତ ବାନ୍ତି କରିବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି। ଏକ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଭିତରେ ବାନ୍ତି କଲେ ଭକ୍ତ,  ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି
ଶ୍ରୀମନ୍ଦିର ଭିତରେ ବାନ୍ତି କଲେ ଭକ୍ତ, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି

By

Published : Mar 8, 2022, 11:15 AM IST

ପୁରୀ:ଶ୍ରୀମନ୍ଦିରରେ ଅଭାବନୀୟ ସ୍ଥିତି। ଜଣେ ଭକ୍ତ ମନ୍ଦିର ପରିସରରେ ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ମହାସ୍ନାନ ନୀତି ହୋଇଛି। ଭିତରକାଠ ନିକଟରେ ଭକ୍ତ ଜଣଙ୍କ ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ଆଜି ମହାସ୍ନାନ ନୀତି କରାଯାଇଛି। ଅବକାଶ ନୀତି ପରେ ଭିତରକାଠ ନିକଟରୁ ଦର୍ଶନ କରାଯାଉଥିଲା ସେହି ସମୟରେ ଜଣେ ଭକ୍ତ ବାନ୍ତି କରିଦେଇଥିଲେ। ଫଳରେ ଦର୍ଶନ ବନ୍ଦ କରାଯାଇ ମହାସ୍ନାନ ନୀତି ପରେ ଦର୍ଶନ ଆରମ୍ଭ ହୋଇଛି।

ଏଥିପାଇଁ ଏକ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ଗତକାଲି ମଧ୍ୟ ସେହିପରି ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ଶ୍ରୀଜୀଉଙ୍କ ମହାସ୍ନାନ ନୀତି କରାଯାଇଥିଲା। ନୀତିକୁ ବନ୍ଦ କରାଯାଇ ମହାସ୍ନାନ ନୀତି କରାଯାଇଥିଲା।। ଦର୍ଶନ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ ସମୟଧରି ବନ୍ଦ ରହିଲା ଫଳରେ ବଡଦାଣ୍ଡରେ ଲମ୍ବା ଭିଡ ଦେଖିବାକୁ ମିଳିଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details