ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ପ୍ରଶାସନର ନୂତନ କୋଠା ନିର୍ମାଣକୁ ନେଇ ପୁଣି ତେଜିଲା ବିବାଦ - ଶ୍ରୀମନ୍ଦିର ପ୍ରଶାସନର ନୂତନ କୋଠା ନିର୍ମାଣକୁ ବିରୋଧ

ଶ୍ରୀମନ୍ଦିର ପ୍ରଶାସନର ନୂତନ କୋଠା ନିର୍ମାଣକୁ ନେଇ ପୁଣି ବିବାଦ । ଏଏସଆଇ ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ଆଇନଜୀବୀଙ୍କ ଅଭିଯୋଗ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପ୍ରଶାସନର ନୂତନ କୋଠା ନିର୍ମାଣକୁ ନେଇ ପୁଣି ତେଜିଲା ବିବାଦ
ଶ୍ରୀମନ୍ଦିର ପ୍ରଶାସନର ନୂତନ କୋଠା ନିର୍ମାଣକୁ ନେଇ ପୁଣି ତେଜିଲା ବିବାଦ

By

Published : May 18, 2022, 10:47 PM IST

ପୁରୀ:ଶ୍ରୀଜଗନ୍ନାଥ ମନ୍ଦିରର ନୂତନ ପ୍ରଶାସନିକ କୋଠା ନିର୍ମାଣ ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବିବାଦ ପୁଣି ମୁଣ୍ଡ ଟେକିଛି । ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ASE) ଅନୁମତି ଦେଇନଥିବା ଜଣାପଡିଛି । ବେଆଇନ ଭାବେ ପ୍ରଶାସନିକ କୋଠା ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି । ତୁରନ୍ତ ବେଆଇନ ନିର୍ମାଣ ବନ୍ଦ ନ ହେଲେ ଶ୍ରୀମନ୍ଦିର ପ୍ରଶାସନ ବିରୋଧରେ କୋର୍ଟରେ ମାମଲା କରାଯିବ ବୋଲି ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି ।

ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ବେଆଇନ ଭାବେ ହେଉଥିବା ଅଭିଯୋଗ ନେଇ ପୁରୀ ସିଭିଲ ଓ SDJM କୋର୍ଟରେ ଚାଲିଥିବା ମାମଲାରେ ଓକିଲ ଭାବେ ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ । ଶ୍ରୀମନ୍ଦିରର 100 ମିଟର ପରେ NMA ର ନିୟମ ଅନୁଯାୟୀ ନିୟନ୍ତ୍ରଣ ଅଞ୍ଚଳ ହୋଇ ଥିବାବେଳେ ଯାହା ନିର୍ମାଣ ହେବ ତାହା ଏଏସଆଇ ଅନୁମତି ଥିବା ଦରକାର । କିନ୍ତୁ ସରକାର ଏହାର ଅନୁମତି ନପାଇ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ନୂତନ କୋଠାର ମୂଳଦୁଆ କାର୍ଯ୍ୟ ଶେଷ ହୋଇଛି ।

ଶ୍ରୀମନ୍ଦିର ପ୍ରଶାସନର ନୂତନ କୋଠା ନିର୍ମାଣକୁ ନେଇ ପୁଣି ତେଜିଲା ବିବାଦ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଯୋଜନାରେ ପ୍ରଶାସନିକ ଭବନ ନିର୍ମାଣ ପ୍ରସ୍ତାବ ରହିଥିଲା । ଏଏସଆଇ ମହାନିର୍ଦେଶିକା ଭି. ବିଦ୍ୟାବତୀ ଗତ ଫେବୃଆରୀ ୨୧ ରେ ପୁରୀ ଗସ୍ତରେ ଆସି ଥିବାବେଳେ ଏହି କୋଠା ନିର୍ମାଣକୁ ନେଇ ଆପତ୍ତି ଉଠାଇଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ୧୦୦ ମିଟର ନିଷିଦ୍ଧାଞ୍ଚଳ ମଧ୍ୟରେ ନିର୍ମାଣାଧୀନ କୋଠା ରହିଛି । ଆମସାର୍ ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ନିଷିଦ୍ଧାଞ୍ଚଳରେ କୌଣସି ନୂତନ ନିର୍ମାଣ କରାଯାଇ ପାରିବ ନାହିଁ । ନିୟନ୍ତ୍ରିତ ଅଞ୍ଚଳରେ ନୂତନ ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ ତଥା ଏନଏମଏ ସମେତ ଏଏସଆଇର ଅନୁମତି ନେବା ବାଧ୍ୟତାମୂଳକ ।

ଜାତୀୟ ଐତିହ୍ୟ ପ୍ରାଧିକରଣ ତଥା ଏନଏମଏ ଗତବର୍ଷ ସେପ୍ଟେମ୍ବର ୪ତାରିଖରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କୁ ଚିଠିଲେଖି ଆପତ୍ତି ଉଠାଇବା ସହ ପ୍ରକଳ୍ପର ନୂଆ ଡିପିଆର ଦେବାପାଇଁ କହିଥିଲେ । କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେଇ ନିୟନ୍ତ୍ରିତ ଅଞ୍ଚଳରେ ପ୍ରଶାସନିକ ଭବନ ନିର୍ମାଣ ପାଇଁ ଏନଏମଏ ଚିଠିରେ ପରାମର୍ଶ ଦେଇଥିଲା । ଏହି ନିର୍ମାଣ କାର୍ଯ୍ୟ ପାଇଁ ଆମସାର୍ ଆଇନର ଧାରା ୨୦ ସି(୨)ରେ ଅନୁମତିର ଆବଶ୍ୟକତା ରହିଥିବା ସେଥିରେ ସ୍ପଷ୍ଟଭାବେ କୁହାଯାଇଥିଲା । ଏହି ଚିଠିର ନକଲ ଏନଏମଏ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରାଯାଇଥିଲା ।

ଏହି ଚିଠିକୁ ଭିତ୍ତିକରି ପ୍ରଶାସନିକ ଭବନ ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ଅନୁମତି ମିଳିନଥିବା ଜଣାପଡିଛି । ପ୍ରଶାସନିକ ଭବନ ନିର୍ମାଣ ପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଆମସାର୍ ଆଇନ ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ତୁରନ୍ତ ସରକାର ଏହି କାର୍ଯ୍ୟ ବନ୍ଦ କରି ନିୟମ ଅନୁଯାୟୀ ସବୁ କିଛି କରିବାକୁ ପୁରୀର ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ ଦାବି କରିଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details