ଓଡିଶା

odisha

ETV Bharat / city

Ratna Bhandar Row: ଚାରିବର୍ଷ ହେଲା ଚୁପ ବସିଛି ଆଇନ ବିଭାଗ, ମରାମତି ପାଇଁ ନାହିଁ ତତ୍ପରତା

ରତ୍ନଭଣ୍ଡାର ମରାମତି ନକରିବା ନେଇ ଆଇନ ବିଭାଗ ରଚିଛି ସାଂଘାତିକ ଷଡଯନ୍ତ୍ର। ଦୀର୍ଘ ଚାରିବର୍ଷ ଭିତରେ ରତ୍ନଭଣ୍ଡାର ମରାମତି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଆଇନ ବିଭାଗ ତରଫରୁ ଖଣ୍ଡିଏ ବି ଚିଠି ଲେଖାଯାଇନାହିଁ । ଯାହା ରାଜ୍ୟ ସରକାରଙ୍କ ସ୍ୱଚ୍ଛତା ଓ ପାରଦର୍ଶିତା ଉପରେ ବଡ ପ୍ରଶ୍ନ ଲଗାଇଛି। ରତ୍ନଭଣ୍ଡାର ପ୍ରସଙ୍ଗରେ କୁଆଡେ ଗଲା 5T ବ୍ୟବସ୍ଥା? ଅଧିକ ପଢନ୍ତୁ

By

Published : Aug 27, 2022, 9:11 PM IST

Etv Bharat
Etv Bharat

ପୁରୀ/ଭୁବନେଶ୍ବର: ରତ୍ନଭଣ୍ଡାର ମରାମତି ନକରିବା ନେଇ ଆଇନ ବିଭାଗ ରଚିଛି ସାଂଘାତିକ ଷଡଯନ୍ତ୍ର । ଦୀର୍ଘ ଚାରିବର୍ଷ ଭିତରେ ରତ୍ନଭଣ୍ଡାର ମରାମତି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଆଇନ ବିଭାଗ ତରଫରୁ ଖଣ୍ଡିଏ ବି ଚିଠି ଲେଖାଯାଇନାହିଁ। ଯାହା ରାଜ୍ୟ ସରକାରଙ୍କ ସ୍ୱଚ୍ଛତା ଓ ପାରଦର୍ଶିତା ଉପରେ ବଡ ପ୍ରଶ୍ନ ଲଗାଇଛି। ରତ୍ନଭଣ୍ଡାର ପ୍ରସଙ୍ଗରେ କୁଆଡେ ଗଲା 5T ବ୍ୟବସ୍ଥା ? ଆଇନ ବିଭାଗର ରତ୍ନଭଣ୍ଡାର ମରାମତିକୁ ନେଇ ସାଂଘାତିକ ଅବହେଳା । ରତ୍ନ ଅଳଙ୍କାର ସୁରକ୍ଷିତ ନଥିବା ସନ୍ଦେହକୁ ଦୂଢୀଭୂତ କରୁଛି। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ତରଫରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିବାର 15 ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ କୌଣସି ତତ୍ପରତା ଦେଖାଇନାହାନ୍ତି ।

Ratna Bhandar Repairing issue:ଚାରିବର୍ଷ ହେଲା ଆଇନ ବିଭାଗ ଚୁପ

ରତ୍ନଭଣ୍ଡାର ମରାମତିରେ କାହିଁକି ଶୀଥିଳତା ?କାହିଁକି ଆନ୍ତରିକତା ଦେଖାଉନାହିଁ ଆଇନ ବିଭାଗ ? କେବେ ମୁହଁ ଖୋଲିବେ ରାଜ୍ୟ ସରକାର? ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟ ଅନୁସାରେ ରତ୍ନଭଣ୍ଡାର ମରାମତି ଦିଗରେ ପଦକ୍ଷେପ ନେବାକୁ ଚାରିବର୍ଷ ହେବ ଆଇନ ବିଭାଗ ତତ୍ପରତା ଦେଖାଇନାହିଁ । କି ବିଭାଗର ଆନ୍ତରିକତା ମଧ୍ୟ ନାହିଁ । 2018 ମସିହା ଏପ୍ରିଲ 4 ତାରିଖରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବା ପାଇଁ 17 ଜଣିଆ ପ୍ରାଧୀକୃତ ସଦସ୍ୟ ଯାଇଥିଲେ । ବାହାର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବା ଜାଣିବାକୁ ପାଇଥିଲେ। କାନ୍ଥ ମଧ୍ୟ ଓଦାଳିଆ ରହିଥିବା ଦେଖିଥିଲେ। ପ୍ରବେଶ ଦ୍ୱାରରେ 5 ଟି ଲୁହା ବିମ ମଧ୍ୟରୁ ଦୁଇଟି ଖସିପଡିଥିଲା । 3ଟି ବିମର ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଥିଲା । ରତ୍ନଭଣ୍ଡାର କାନ୍ଥର ତଳଠାରୁ ଉପର ପର୍ଯ୍ୟନ୍ତ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା । ଛାତର ସିମେଣ୍ଟ ଖସି ରଡ୍ ଦେଖାଯାଉଥିଲା। 17 ଜଣ ପ୍ରାଧୀକୃତ ସଦସ୍ୟ ରତ୍ନଭଣ୍ଡାର ଯାଞ୍ଚ କରି ଯାଞ୍ଚ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଥିଲେ ।

ସେହି ଯାଞ୍ଚ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ହୋଇଥିଲା ରଥଯାତ୍ରା ସମୟରେ କିମ୍ବା ମୌସୁମୀ ବର୍ଷା ସମୟରେ ପୁନଃ ଯାଞ୍ଚ କରାଯିବ। କିନ୍ତୁ ଏହା ଭିତରେ 5ଟି ରଥଯାତ୍ରା ଓ ଅନେକ ମୌସୁମୀ ବର୍ଷା ଅତିକ୍ରମ କରିସାରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଭିତର ରତ୍ନଭଣ୍ଡାର ଖୋଲିବାକୁ ଓ ମରାମତି କରିବାକୁ କୌଣସି ପଦକ୍ଷେପ ନିଆଯାଇନାହିଁ। ରାଜ୍ୟ ଆଇନ ବିଭାଗ ତରଫରୁ 2018 ଏପ୍ରିଲରୁ 2022 ଏପ୍ରିଲ ଚାରିବର୍ଷ ମଧ୍ୟରେ ରତ୍ନଭଣ୍ଡାର ମରାମତି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ କୌଣସି ଚିଠି ଲେଖାଯାଇନାହିଁ। ଯାହକୁ ନେଇ ଆଇନ୍ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି ।

ଶ୍ରୀମନ୍ଦିର ଆଇନ ଅନୁସାରେ ପ୍ରତ୍ୟକ ତିନିବର୍ଷରେ ଥରେ ରତ୍ନଭଣ୍ଡାର ଖୋଲି ସୁନା ଅଳଙ୍କାର ଗଣତି ଓ ମଣତି କରିବାର ନିୟମ ରହିଥିବା ବେଳେ ଆଜିକୁ ପ୍ରାୟ 37 ବର୍ଷ ମଧ୍ୟରେ ଥରୁଟିଏ ବି ରତ୍ନଭଣ୍ଡାର ଖୋଲାଯାଇନାହିଁ। 1985 ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିବା ବେଳେ 1978 ମସିହାରେ ଶେଷଥର ପାଇଁ ରତ୍ନ ଅଳଙ୍କାର ଗଣତି କରାଯାଇଥିଲା ।

ଅନ୍ୟପଟେ ଚଳିତମାସରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଏଏସଆଇ ତରଫରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ଏଯାବତ କୌଣସି ଚିଠି ଲେଖିନଥିବା କି ଏଏସଆଇକୁ ଅବଗତ କରିନାହିଁ । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ତରଫରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିବା ବେଳେ ଦୀର୍ଘ ଚାରିବର୍ଷ ହେବ ଆଇନ ବିଭାଗ ରତ୍ନଭଣ୍ଡାର ମରାମତି ନେଇ କୌଣସି ଚିଠି ଲେଖିନାହିଁ । ଫଳରେ ରତ୍ନଭଣ୍ଡାରର ନେଇ 4 କୋଟି ଓଡିଆଙ୍କ ସନ୍ଦେହ ଦିନକୁ ଦିନ ବଢି ଚାଲିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଭୁବନେଶ୍ବରରୁ ଲାଲମୋହନ ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details