ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: କେନ୍ଦ୍ର, ରାଜ୍ୟକୁ ନୋଟିସ ଜାରି - କେନ୍ଦ୍ର ରାଜ୍ୟକୁ ନୋଟିସ ଜାରି କଲେ କୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗ । ପୁରୀ ଓକିଲ ସଙ୍ଘ ପକ୍ଷରୁ ଦାଏର ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ପୁରୀ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟ । ଜବାବ ଦାଖଲ ପାଇଁ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କଲେ କୋର୍ଟ । ଅଧିକ ପଢନ୍ତୁ

ରାଜ୍ୟକୁ ନୋଟିସ ଜାରି
ରାଜ୍ୟକୁ ନୋଟିସ ଜାରି

By

Published : May 13, 2022, 9:20 PM IST

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗ । ପୁରୀ ଓକିଲ ସଙ୍ଘ ପକ୍ଷରୁ ଦାୟର ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ପୁରୀ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟ। ଜବାବ ଦାଖଲ ପାଇଁ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କଲେ କୋର୍ଟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗ । ପୁରୀ ଓକିଲ ସଙ୍ଘ ପକ୍ଷରୁ ଦାୟର ମାମଲା କୁ ବିଚାର ପାଇଁ ଗ୍ରହଣ କଲେ ପୁରୀ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ନୋଟିସ କରିଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ , NMA, ASI କୁ ନୋଟିସ ଜାରି ହୋଇଛି । ଟାଟା ପ୍ରୋଜେକ୍ଟ , ଓବିସିସି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ପୁରୀ ଜିଲାପାଳ ,ପୁରୀ ପୌର କର୍ତ୍ତୃପକ୍ଷଙ୍କୁ ନୋଟିସ ହୋଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: କେନ୍ଦ୍ର, ରାଜ୍ୟକୁ ନୋଟିସ ଜାରି

ଜବାବ ଦାଖଲ ପାଇଁ ନୋଟିସ ଜାରି ହୋଇ ଥିବା ବେଳେ ଆସନ୍ତା ଜୁନ 28 ରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଜାତୀୟ କୀର୍ତ୍ତିରାଜିର 100 ମିଟର ପରିଧି ଭିତରେ କୌଣସି ଖନନ ଓ ନିର୍ମାଣ ନିଷିଦ୍ଧ ଥିବା ବେଳେ ପୁରୀ ଜିଲାପାଳଙ୍କ ତତ୍ତ୍ବାବାଧାନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ବେଆଇନ ଭାବେ ନିର୍ମାଣ ଓ ଖନନ ଚାଲିଥିବା ହେତୁ ଶ୍ରୀମନ୍ଦିର ପ୍ରତି ବିପଦ ଅଭିଯୋଗ ନେଇ ପୁରୀ ଓକିଲ ସଂଘ ଏକ ମାମଲା ପୁରୀ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟରେ ଏକ ମାମଲା ଦାଏର ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details