ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ଫଟୋରେ ଓଲିଉଡ ଅଭିନେତ୍ରୀ ଦିବ୍ୟା ଓ ତାଙ୍କ ପରିବାର ତଥା ବନ୍ଧୁ ରହିଛନ୍ତି । ସେମାନେ ଆନନ୍ଦବଜାରରେ ମହାପ୍ରସାଦ ସେବନ କରୁଥିବା ଫଟୋରେ ଦେଖିବାକୁ ମିଳିଛି । ଫଟୋ ଭାଇରାଲ ହେବା ପରେ ତତ୍ପରତା ପ୍ରକାଶ କରିଛି ଶ୍ରୀମନ୍ଦିର ପ୍ରଶାସନ । ମନ୍ଦିର ପ୍ରଶାସନର ଲୋକସମ୍ପର୍କ ଅଧିକାରୀ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି । ଫଟୋ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏତଲାରେ ଉଲ୍ଲେଖ କରାଯାଇଛି ।
ତେବେ କିଏ ଏହି ଫଟୋ ଭାଇରାଲ କରିଛି ସେନେଇ କିଛି ସୁରାକ ମିଳିନି । ଶ୍ରୀମନ୍ଦିର ଭିତରକୁ ସୁରକ୍ଷା ଦୃଷ୍ଟି କୋଣରୁ ମୋବାଇଲ ନେବା ନିଷିଦ୍ଧ କରାଯାଇଛି । ହେଲେ ଏମାନେ କିପରି ମୋବାଇଲ ନେଲେ ଓ କିପରି ସେଠାରେ ଫଟୋ ଉତ୍ତୋଳନ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।