ଓଡିଶା

odisha

ETV Bharat / city

କୋଭିଡ ଟିକା ନେଲେ ଶ୍ରୀମନ୍ଦିର ସେବାୟତ - Sri mandir sebayata

ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଗଲା କୋଭିଡ ଟିକା । ଏକ ସ୍ବତନ୍ତ୍ର ଶିବିରରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଶିବିରକୁ ଜିଲ୍ଲପାଳ ଉଦଘାଟନ କରି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଗଲା କୋଭିଡ ଟିକା
ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଗଲା କୋଭିଡ ଟିକା

By

Published : Mar 17, 2021, 1:08 PM IST

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଗଲା କୋଭିଡ ଟିକା । ଏକ ସ୍ବତନ୍ତ୍ର ଶିବିରରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରତିହାରୀ ନିଯୋଗ, ବୈଠକ ଘର, ଲୋକନାଥ ରୋଡ ପୁରୀ ଠାରେ ଟୀକାକରଣ କରାଯାଉଛି । ଏହି ଶିବିରକୁ ଜିଲ୍ଲାପାଳ ଉଦଘାଟନ କରି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଗଲା କୋଭିଡ ଟିକା

ଏହି ଟୀକାକରଣ ଦୈନିକ ସକାଳ 10 ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲୁ ରହିବ । 60 ବର୍ଷରୁ ଅଧିକ ଓ 45 ବର୍ଷର ଗୁରୁତର ରୋଗୀଙ୍କୁ ଟିକା ଦିଆଯିବ । ଦୈନିକ 150 ଜଣ ସେବାୟତଙ୍କୁ ଟିକା ଦିଆଯିବ । ଟୀକାକରଣ ସମୟରେ ସେବାୟତମାନେ ନିଜ ସାଥୀରେ ଆଧାର କାର୍ଡ ଧରି ଆସିବାକୁ ବାଧ୍ୟତାମୂଳକ ।

ପୂର୍ବରୁ ସେବାୟତଙ୍କ ଅନେକ ଥର କୋଭିଡ ଟେଷ୍ଟ ହୋଇଛି । ତେବେ ଯେହେତୁ ସର୍ବସାଧାରଣଙ୍କ ଦର୍ଶନ ଜାରି ରହିଛି ସେଥିପାଇଁ ସେବାୟତଙ୍କୁ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ପ୍ରସ୍ତାବ ଦେଇଥିଲେ ।

କୋଭିଡ ନେଗେଟିଭ ପ୍ରମାଣ ପତ୍ର ବିନା ଏବେ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଏଥିପାଇଁ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀମନ୍ଦିରକୁ ଆସୁଛନ୍ତି । ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହେବ, ସେଥିପାଇଁ ସମସ୍ତ ସେବକଙ୍କୁ ପ୍ରାଥମିକତା ଭିତ୍ତିରେ କୋଭିଡ ଟୀକା ଦିଆଯାଉଛି। ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ 5 ଶହ କର୍ମଚାରୀଙ୍କୁ ମଧ୍ୟ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରାଯିବ। ସେବାୟତମାନେ ଏହି ଟୀକାକରଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି ମତ ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details