ପୁରୀ:ଆସନ୍ତା 16ରୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜିର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ମନ୍ଦିର ଖୋଲିବାର ପ୍ରଥମ ୫ ଦିନ ଅର୍ଥାତ, 16 ତାରିଖରୁ 20 ତାରିଖ ଯାଏ ପ୍ରଥମେ ପୁରୀ ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ । ପରେ 23 ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି ମିଳିବ । କିନ୍ତୁ ଭକ୍ତମାନେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେ ନାହିଁ। ମହାପ୍ରସାଦ ବାହାରକୁ ନେଇ ସେବନ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ।
ଅଗଷ୍ଟ ୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର - Sri Jagannath Temple
19:13 August 04
ଅଗଷ୍ଟ ୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ଦର୍ଶନ ପାଇଁ ୨ୟ ଡେଜ ଟିକା କିମ୍ବା RT-PCR ଜରୁରୀ
ତେବେ ଦର୍ଶନ ସମୟରେ ସମସ୍ତ କୋଭିଡ ଗାଇଡଲାଇନ ଅନୁପାଳନ କରାଯିବାକୁ ଗୁରୁତ୍ବ ଦିଆଯାଇଛି । ଡବଲ ଡୋଜ କୋଭିଡ ଟ୍କା କିମ୍ବା କୋଭିଡ RT-PCR ନେଗେଟିଭ ରିପୋର୍ଟ ଆଧାରରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ମଧ୍ୟରେ ପ୍ରବେଶ ଅନୁମତି ପାଇବେ ଶ୍ରଦ୍ଧାଳୁ । ଏକ ମାସ ଏହି ନୀୟମାନୁସାରେ ଦର୍ଶନ ଚାଲିବା ପରେ ପୁଣିଥରେ ସ୍ଥିତି ସମୀକ୍ଷା କରାଯିବ । ସମୀକ୍ଷା ରିପୋର୍ଟ ଆଧାରରେ ପରବର୍ତ୍ତୀ ନିଷ୍ପତ୍ତି ନେଇପାରେ ମନ୍ଦିର ପ୍ରଶାସନ ।
ଆଜି ବୈଠକରେ ନିଆଯାଇଥିବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗୁଡିକ ମଧ୍ୟରେ ,ଶ୍ରୀମନ୍ଦିରକୁ କୋଭିଡ ମୁକ୍ତ କରିବା ପାଇଁ ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପୁଣିଥରେ କୋଭିଡ ଟେଷ୍ଟ କରାଯିବା ସହ ଏହି ରିପୋର୍ଟ ଆଧାରରେ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରବେଶର ସୁଯୋଗ ଦିଆଯିବ। ପୂର୍ବରୁ ଥିବା SOPରେ ସମସ୍ତ ନିୟମାବଳୀକୁ ଅନୁକରଣ କରାଯିବ। ଭକ୍ତଙ୍କୁ ଯାଞ୍ଚ କରିବା ପାଇଁ କିଓସ୍କୋ ବ୍ୟବସ୍ଥା କରାଯାଇ ଶ୍ରୀମନ୍ଦିରକୁ ପ୍ରବେଶର ସୁଯୋଗ ଦିଆଯିବ। ଆଜିର ଏହି ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏସମସ୍ତ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ସିଡିଏମଓ ଓ ଛତିଶା ନିଯୋଗର ସମସ୍ତ ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ