ପୁରୀ: ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ଦାବି। ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେନା। କୋରୋନା କଟକଣା ସମସ୍ତ ପ୍ରକାରର କାର୍ଯ୍ୟକ୍ରମରେ ପୁରୀବାସୀ ସହଯୋଗ କରିଛନ୍ତି ।
ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ଦାବି - ପୁରୀ ଶ୍ରୀମନ୍ଦିର ଖବର
ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେନା। କୋରୋନା କଟକଣା ସମସ୍ତ ପ୍ରକାରର କାର୍ଯ୍ୟକ୍ରମରେ ପୁରୀବାସୀ ସହଯୋଗ କରିଛନ୍ତି । ଅଧିକ ପଢନ୍ତୁ...
କୋରୋନା ମହାମାରୀ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହୋଇଛି। ପ୍ରଥମେ ଡିସେମ୍ବର ୨୬ ରୁ ୩୧ ଯାଏଁ ୱାର୍ଡ ୱାରୀ ଦର୍ଶନ ବ୍ୟବସ୍ଥା ଓ ପରେ ସକାଳ ୬ ରୁ ୭ ଯାଏଁ ପୁରୀ ବାସୀଙ୍କ ପାଇଁ ଦର୍ଶନର ବ୍ୟବସ୍ଥା ହୋଇଥିଲା। ପ୍ରତ୍ୟହ ପୁରୀ ସହରବାସୀ ମଙ୍ଗଳ ଆଳତି ଓ ବଡ଼ସିଂହାର ବେଶ ଦେଖିବାକୁ ଯାଇଥାନ୍ତି। କୋରୋନା ମହାମାରୀ ସମୟରେ ସ୍ନାନପୂର୍ଣ୍ଣିମା, ରଥଯାତ୍ରା ଓ ନାଗାର୍ଜୁନ ବେଶରେ ପୁରୀବାସୀ ଅକୁଣ୍ଠ ସାହାଯ୍ୟ, ସହଯୋଗ କରିଥିବାରୁ ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାରାରେ ପ୍ରବେଶ ବ୍ୟବସ୍ଥା କରିବାକୁ ଶ୍ରୀଜଗନ୍ନାଥ ସେନା ଦାବୀ କରିଛି। ଏ ନେଇ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଶଙ୍କରାଚାର୍ଯ୍ୟ, ଗଜପତି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ