ପୁରୀ: ପୁରୀରେ ଅନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ନେଇ ସ୍ଥିତି ଅନୁଧ୍ୟାନ କଲା ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ୭ ଜଣିଆ ଟିମ । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ନେଇ ଏକ ୭ ଜଣିଆ ଟିମ ପୁରୀ ଗସ୍ତରେ ଆସି ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରିଛନ୍ତି ।
ଏହାସହ ଉକ୍ତ ପ୍ରକଳ୍ପର ଆର୍ଥିକ- ବୈଷୟିକ ପ୍ରଭାବ ସଂକ୍ରାନ୍ତ ଉପରେ ଏହି ଟିମ ଆକଳନ କରିଛନ୍ତି । ଉପ ଜିଲ୍ଲାପାଳ ଭବତାରଣ ସାହୁ ଉକ୍ତ ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ପରେ ଏହି ଦଳ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ପ୍ରକଳ୍ପର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପୁରୀରେ ବିମାନବନ୍ଦର ନେଇ ଆଜି ପୁନର୍ବାର ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ ପକ୍ଷରୁ କରାଯାଇଛି ସର୍ଭେ। ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର ୩ ଜଣ ବିମାନବନ୍ଦର ବିଶେଷଜ୍ଞ କରିଛନ୍ତି ସର୍ଭେ। ପୁରୀ ସଦର ସିପସରୁବାଲି ଅଞ୍ଚଳ ଜାଗାରେ ପହଞ୍ଚି ଏହି ଟିମ କରିଛନ୍ତି ସର୍ଭେ। ଏହି ବୈଷୟିକ ଟିମ ସହ ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ।