ଓଡିଶା

odisha

ETV Bharat / city

ମୃଦୁ ପାନୀୟ ବୋତଲ ଭିତରେ ପ୍ଲାଷ୍ଟିକ ଚାମଚ - ସୋଡା ବୋତଲରେ ଚାମଚ

ସୋଡା ବୋତଲ ଭିତରେ ପ୍ଲାଷ୍ଟିକ ଚାମଚ । ଅଧା ପିଇ ସାରିବା ପରେ ଦେଖିଲେ ଯୁବକ। ଅଧିକ ପଢନ୍ତୁ...

spoon inside the bottle of cooldrinks  in puri
ମୃଦୁ ପାନୀୟ ବୋତଲ ଭିତରେ ପ୍ଲାଷ୍ଟିକ ଚାମଚ

By

Published : Nov 10, 2021, 10:53 PM IST

ପୁରୀ: ମୃଦ୍ୟୁ ପାନୀୟ ବୋତଲ ଭିତରେ ପ୍ଲାଷ୍ଟିକ ଚାମଚ୍। ଅଧା ପିଇ ସାରିବା ପରେ ଯୁବକ ଜଣକ ଦେଖିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସହରରେ।‌

ମୃଦୁ ପାନୀୟ ବୋତଲ ଭିତରେ ପ୍ଲାଷ୍ଟିକ ଚାମଚ

ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ତିଆରି ହେଉଥିବା ସୋଡା ଜଣେ ଯୁବକ ଏକ ଦୋକାନରୁ କିଣିଥିଲେ। ତେବେ ସେହି ସୋଡାକୁ ଅଧା ପିଇ ସାରିବା ପରେ ସୋଡା ବୋତଲ ଭିତରେ ଏକ ପ୍ଲାଷ୍ଟିକ ଚାମଚ୍ ଦେଖିବାକୁ ପାଇଥିଲେ । ଏହାକୁ ନେଇ ଯୁବକ ଜଣକ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଦୋକାନୀକୁ ମଧ୍ୟ ଏହାର କାରଣ ପଚାରିଥିଲେ।‌ ହେଲେ ଦୋକାନୀ ଜଣକର କହିବା କଥା ଏଥିରେ ତାଙ୍କର କୌଣସି ଭୁଲ ନାହିଁ। କମ୍ପାନୀ ଯାହା ଦେଉଛି ତାହା ସେ ବିକ୍ରି କରୁଛନ୍ତି।‌

ବିଭିନ୍ନ ମୃଦ୍ୟୁ ପାନୀୟ କମ୍ପାନୀ ଗୁଡ଼ିକ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଉଚ୍ଚ ମାନର ମୃଦ୍ୟୁ ପାନୀୟ ଦାବି କରୁଥିବା ବେଳେ ପୁରୀରେ କିନ୍ତୁ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ସୋଡା ଭିତରେ ପ୍ଲାଷ୍ଟିକ ଚାମଚ ରହିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାବେଳେ ସହରରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details