ଓଡିଶା

odisha

ETV Bharat / city

ଗହ୍ମା ପୂର୍ଣ୍ଣିମା ଅବସରରେ ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା - ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା

ପବିତ୍ର ଗହ୍ମା ପୁର୍ଣ୍ଣିମାରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମୋତ୍ସବ ନୀତି ପାଳିତ ହୋଇଯାଇଛି । ଶ୍ରୀମନ୍ଦିରରେ ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା । ଅଧିକ ପଢନ୍ତୁ

ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା

By

Published : Aug 12, 2022, 7:45 PM IST

Updated : Aug 12, 2022, 8:07 PM IST

ପୁରୀ: ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମୋତ୍ସବ ନୀତି ପାଳିତ ହୋଇଯାଇଛି । ପ୍ରତିବର୍ଷ ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଏହି ଦିନରେ ଭଉଣୀ ସୁଭଦ୍ରା ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ସ୍ନେହ ଓ ବିଶ୍ୱାସର ଏହି ପର୍ବରେ ମା ସୁଭଦ୍ରା ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଶାଳ ଓ ସ୍ୱତନ୍ତ୍ର ରାକ୍ଷୀକୁ ବଡ଼ ଭାଇ ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁରେ ବାନ୍ଧିଛନ୍ତି । ମଧ୍ୟାହ୍ନ ଧୂପ ନୀତି ସରିବା ପରେ ସିଂହାରୀ ସେବକଙ୍କ ଦ୍ୱାରା ରକ୍ଷା ବନ୍ଧନ ନୀତି ସମ୍ପାଦିତ ହୋଇଥିବା ବେଳେ ମାର୍କଣ୍ଡ ପୁଷ୍କରିଣୀରେ ବଲଭଦ୍ର ଜନ୍ମନୀତି ପାଳିତ ହୋଇଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ମହାବାହୁଙ୍କୁ ଦର୍ଶନ କରି ଏହି ଉତ୍ସବକୁ ପାଳନ କରିଛନ୍ତି ।

ଗହ୍ମା ପୂର୍ଣ୍ଣିମା ଅବସରରେ ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା

ଭାଇ ଭଉଣୀ ମଧ୍ୟରେ ସ୍ନେହ ଓ ପବିତ୍ରତାର ବନ୍ଧନ ସ୍ୱରୂପ ଗହ୍ମା ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମା ସୁଭଦ୍ରା ମହାପ୍ରଭୁ ଶ୍ରୀ ବଲଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ସର୍ବାଙ୍ଗ ଓ ନୂଆ ଲୁଗା ଲାଗି କରାଯିବା ସହ ମହାପ୍ରଭୁଙ୍କ ହସ୍ତରେ ସିଂହାରୀ ସେବକମାନେ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରଦତ୍ତ ଚାରିଗୋଟି ରାକ୍ଷୀ ଓ ଚାରୋଟି ଗୁଆ ମାଳ ବାନ୍ଧିଛନ୍ତି । ସ୍ୱତନ୍ତ୍ରଭାବେ ନିର୍ମିତ ଏହି ରାକ୍ଷୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ସଂସାରର ମଙ୍ଗଳ ଓ ସୁରକ୍ଷା କାମନା କରି ମା ସୁଭଦ୍ରା ଭାଇମାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଏହାସହ ଆଜି ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୁଙ୍କ ଜନ୍ମ ନୀତି ପାଳିତ ହୋଇଯାଇଛି ।

ପରମ୍ପରା ଅନୁସାରେ, ଶ୍ରୀମନ୍ଦିରରୁ ସୁଦର୍ଶନ ମହାପ୍ରଭୁ ଚଉ ଦୋଳରେ ମାର୍କଣ୍ଡ ପୁଷ୍କରିଣୀକୁ ବିଜେ କରିବା ସହ ସେଠାରେ ବଳଭଦ୍ରଙ୍କ ଜନ୍ମ ନୀତି ଅନୁଷ୍ଠିତ କରାଯାଇଥିଲା । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ଶ୍ରୀକ୍ଷେତ୍ରରେ । ଏହି ସ୍ୱତନ୍ତ୍ର ନୀତିକାନ୍ତି ସମୟରେ ଭକ୍ତ ଓ ଶ୍ରଦ୍ଧାଳୁ ଏହାକୁ ଦର୍ଶନ କରି ସୌଭାଗ୍ୟ ପ୍ରାପ୍ତି କରିଥିଲେ ।

ଇଟିଭି ଭାରତ, ପୁରୀ

Last Updated : Aug 12, 2022, 8:07 PM IST

ABOUT THE AUTHOR

...view details