ଓଡିଶା

odisha

ETV Bharat / city

ମହାପ୍ରଭୁଙ୍କ ବନକ ଲାଗି ସହ ଖଡି ପ୍ରସାଦ ଲାଗି ନୀତି ଅନୁଷ୍ଠିତ - ଦତ୍ତମହାପାତ୍ର ସେବାୟତ

ମହାପ୍ରଭୁଙ୍କ ବନକ ଲାଗି ନୀତି ସମ୍ପନ୍ନ । ଶ୍ରୀମନ୍ଦିରରୁ ଶ୍ରୀନହରକୁ ଖଡିପ୍ରସାଦ ବିଜେ ହୋଇଛି । ଅଧିକ ପଢ଼ନ୍ତୁ...

special ritual of lord jagannath, Sri jagannath, banaka lagi, khadi prasad lagi, puri srimandira, ମହାପ୍ରଭୁଙ୍କ ବନକ ଲାଗି, ଖଡି ପ୍ରସାଦ ଲାଗି ନୀତି,  ଦତ୍ତମହାପାତ୍ର ସେବାୟତ, ଶ୍ରୀମନ୍ଦିରରୁ ଶ୍ରୀନହରକୁ ଖଡିପ୍ରସାଦ ବିଜେ
ମହାପ୍ରଭୁଙ୍କ ବନକ ଲାଗି ସହ ଖଡି ପ୍ରସାଦ ଲାଗି ନୀତି ଅନୁଷ୍ଠିତ

By

Published : Jul 8, 2021, 8:26 PM IST

ପୁରୀ: ଗୁରୁବାର ମହାପ୍ରଭୁଙ୍କ ବନକ ଲାଗି ନୀତି ସମ୍ପନ୍ନ ହୋଇଛି । ଦତ୍ତମହାପାତ୍ର ସେବାୟତଙ୍କ ଦ୍ବାରା ବନକଲାଗି କରାଯାଇଛି । ଏଥିସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ଖଡିପ୍ରସାଦ ବିଜେ ହୋଇଛି। ସକାଳେ ମହାପ୍ରଭୁଙ୍କୁ ଖଡିପ୍ରସାଦ ଲାଗି ହୋଇଥିଲା। ଅନ୍ୟପଟେ ଗୁରୁବାର ଠାରୁ ସେବାୟତଙ୍କର ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି । ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ପାଇଁ ଗ୍ରୀନଜୋନ ହେବ ବୋଲି ଏସପି କହିଛନ୍ତି ।

ମହାପ୍ରଭୁଙ୍କ ବନକ ଲାଗି ସହ ଖଡି ପ୍ରସାଦ ଲାଗି ନୀତି ଅନୁଷ୍ଠିତ

ଗୁରୁବାର ଚତୁର୍ଦ୍ଦଶୀରେ ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀମନ୍ଦିରରୁ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ ହୋଇଥିଲା। ଗଜପତି ମହାରାଜାଙ୍କୁ ଏହି ପ୍ରସାଦ ଅର୍ପଣ କରାଯାଇଛି। ଦଇତାପତି ଓ ଦତ୍ତମହାପାତ୍ର ସେବକ ରୂପାଥାଳିରେ ଧରି ଆସିଥିଲେ ମହାପ୍ରଭୁଙ୍କୁ ଲାଗି ଖଡିପ୍ରସାଦ। ସେପଟେ ଦତ୍ତମହାପାତ୍ର ସେବାୟତ ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ଶଙ୍ଖ ବ୍ୟବହାର କରି ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରୁଛନ୍ତି। ବନକଲାଗି ପରେ ମହାପ୍ରଭୁଙ୍କ ମୁଖମଣ୍ଡଳ ଅତ୍ୟନ୍ତ ସୁନ୍ଦର ଆଉ ଆକର୍ଷଣୀୟ ଦେଖାଯାଇଥାଏ।

ସେପଟେ ଗୁରୁବାର ଠାରୁ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଥିବାବେଳେ ପ୍ରାୟ ୩୦୦୦ ସେବାୟତ କରାଇଛନ୍ତି ପରୀକ୍ଷା । ଏଥସହ ୧୦୦୦ ଶ୍ରୀମନ୍ଦିର କର୍ମଚାରୀ, ଜିଲ୍ଳା କର୍ମଚାରୀ, ପୋଲିସ ପ୍ରଶାସନର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କର ମଧ୍ୟ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି। ରଥଯାତ୍ରା ପାଇଁ ଏସଓପିକୁ ନେଇ ଜିରୋ ଟଲରାନ୍ସ ଗ୍ରହଣ କରାଯିବ । ରଥଯାତ୍ରା ସମୟରେ ହେବ ଗ୍ରୀନଜୋନ୍‌। ଜରୁରୀକାଳୀନ ସେବା ପାଇଁ ଏହି ଗ୍ରୀନ ଜୋନ ଉଦ୍ଧିଷ୍ଟ। ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ କଡା ସୁରକ୍ଷା ବ୍ୟବସ୍ଥା ରହିବ। ଜନସାଧାରଣଙ୍କ ସହ ନିୟମିତ ଆଲୋଚନା କରି ସେମାନଙ୍କ ମତାମତ ନିଆଯାଇଛି ବୋଲି ପୁରୀ ଏସପି କେ.ଵିଶାଲ ସିଂ କହିଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା କୋଭିଡ ପରୀକ୍ଷା କେନ୍ଦ୍ରକୁ ଆସି ଟେଷ୍ଟ କରିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି। ନିଯୋଗ ପାସ ଦେବା ସମୟରେ ନେଗେଟିଭ ରିପୋର୍ଟ ଓ ଦୁଇ ପର୍ଯ୍ୟାୟ ଟୀକାକରଣ ରିପୋର୍ଟ ଦେଖାଇବାକୁ ମଧ୍ୟ ଅପିଲ କରାଯାଇଛି।

ରଥନିର୍ମାଣ ୯୫ପ୍ରତିଶତ ଶେଷ ହୋଇଥିବାବେଳେ ଗୁରୁବାର କିମ୍ବା ଶୁକ୍ରବାର କନା ପକାଇବା କାର୍ଯ୍ୟ ଆରମ୍ଭ ହେବ। ଅଶ୍ବ ଓ ସାରଥୀ ଆବଶ୍ୟକ ମରାମତି ପରେ ରଙ୍ଗ କରାଯାଇଛି। ଶୁକ୍ରବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ତେବେ ଚଳିତବର୍ଷ କରୋନା ମହାମାରୀ ପାଇଁ ଭକ୍ତ ପ୍ରଭୁଙ୍କ ଏହି ଅପରୂପ ବେଶ ଦର୍ଶନ କରିପାରିବେ ନାହିଁ। ଏକାଦଶୀରୁ ମହାପ୍ରଭୁଙ୍କୁ ଲାଗି ହୋଇଥିବା ତୁଳସୀ ଗୁରୁବାର ଭକ୍ତଙ୍କୁ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details