ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଭିତର କାଠରେ ମହାପ୍ରଭୁଙ୍କ ଦର୍ଶନକୁ କରୁ ମୁଖ୍ୟମନ୍ତ୍ରୀ ବେଶ ଭାବ ବିହ୍ବଳ ହୋଇଯାଇଥିଲେ । ହାତରେ ଦୀପ ଲଗାଇ ମହାପ୍ରଭୁଙ୍କୁ ପ୍ରଣାମ କରିଥିଲେ । ଏହାପରେ ନବୀନ ସେଠାରେ ଥିବା ସେବାୟତଙ୍କ ସମସ୍ୟା ପଚାରି ବୁଝିଥିଲେ ବୋଲି ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରତିହାରୀ କହିଛନ୍ତି ।
ଜାତୀୟ ସ୍ମାରକୀ ପ୍ରାଧିକରଣର ପ୍ରସ୍ତାବିତ ଅଧିନିୟମ ଦ୍ବାରା ସେବାୟତ ନିଯୋଗ ବ୍ୟାପକ କ୍ଷତି ସହିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ଜବାବ ନବୀନ କହିଥିଲେ, ସେ ଏ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି ଏବଂ କୌଣସି ସେବାୟତଙ୍କ କୌଣସି ସମସ୍ୟା ହେବ ନାହିଁ କହିଥିଲେ । ତେବେ ବର୍ତ୍ତମାନ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇଲକୁ ପ୍ରତ୍ୟାହୃତ କରିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।