ଓଡିଶା

odisha

ETV Bharat / city

ଗ୍ରୀନ ଜୋନ ପରେ ପୁରୀରେ କଟକଣା କୋହଳ - green zone in puri

ପୁରୀ ଜିଲ୍ଲାକୁ ଗ୍ରୀନ ଜୋନ ଘୋଷଣା କରାଯିବା ପରେ କଟକଣା କୋହଳ ହୋଇଛି । ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭରୁ ଏହି ନିୟମ ଲାଗୁ କରାଯାଇଛି ।

some relaxtion in puri after green zone
ଗ୍ରୀନ ଜୋନ ପରେ ପୁରୀରେ କଟକଣା କୋହଳ

By

Published : May 4, 2020, 2:21 PM IST

Updated : May 4, 2020, 2:34 PM IST

ପୁରୀ: ଜିଲ୍ଲାକୁ ଗ୍ରୀନ ଜୋନ ଘୋଷଣା କରାଯିବା ପରେ କଟକଣା କୋହଳ ହୋଇଛି । ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭରୁ ଏହି ନିୟମ ଲାଗୁ କରାଯାଇଛି । କେନ୍ଦ୍ର ସରକାରଙ୍କ ଲକଡାଉନ ଗାଇଡ୍‌ ଲାଇନ ଅନୁଯାୟୀ କଟକଣା କୋହଳ ହୋଇଛି ।

ପୁରୀ ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ଅନ୍ୟ ସାମଗ୍ରୀ ଦୋକାନ ବଜାର ମଧ୍ୟ ଖୋଲିଛି। ତେବେ ବଡ ସପିଂ ମଲ ବନ୍ଦ ରହିଛି। ବ୍ୟବସାୟ ପ୍ରତିଷ୍ଠାନ ଖୋଲା ହେବା ପରେ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ତେବେ ଦୋକାନକୁ ଆସୁଥିବା ଗ୍ରାହକଙ୍କୁ ମାସ୍କ ପିନ୍ଧିଥିଲେ କିଣିବା ପାଇଁ ଅନୁମତି ଦିଆଯାଇଛି। ସାମାଜିକ ଦୂରତ୍ବ ରଖାଯାଉଛି। ଅନ୍ୟପଟେ ଲୋକମାନେ ମଧ୍ୟ ନିୟମ ମାନି ଯାତାୟତ କରୁଛନ୍ତି। ସେପଟେ କେତେକ ଲୋକ ନିୟମ ମାନୁନଥିବାରୁ ଏହା ଉପରେ ଦୃଷ୍ଟି ଦେବାକୁ ବୃଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ବସ ଚଳାଚଳ ନେଇ ରାଜ୍ୟ ସରକାରଙ୍କ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ନ ଥିବା ହେତୁ ବସ ଚଳାଚଳ ବନ୍ଦ ରହିଛି। ସେପଟେ ଅଟୋ ଚଳାଚଳ ସାମାନ୍ୟ ସ୍ବାଭାବିକ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 4, 2020, 2:34 PM IST

ABOUT THE AUTHOR

...view details