ଓଡିଶା

odisha

ETV Bharat / city

ପଟ୍ଟା ପ୍ରଦାନ ଦାବି ନେଇ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ - ବସ୍ତିବାସିନ୍ଦାଙ୍କୁ ପଟ୍ଟାପ୍ରଦାନ

ପୁରୀ ଜିଲ୍ଲା ପ୍ରଶାସନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ କରୁନଥିବା ଅଭିଯୋଗ । ଏନେଇ ଆଜି ବସ୍ତି ବାସିନ୍ଦାବାସୀ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ବିକ୍ଷୋଭ କରିଛନ୍ତି। ଅଧିକ ପଢନ୍ତୁ...

basti people protest for land document in puri
ପଟ୍ଟା ପ୍ରଦାନ ଦାବି ନେଇ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

By

Published : Sep 8, 2021, 6:49 PM IST

ପୁରୀ: ସହରରେ ଅନେକ ବସ୍ତି ବାସିନ୍ଦା ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନାରୁ ବାଦ ପଡିଛନ୍ତି। ବିଭିନ୍ନ ନିୟମକୁ ଆଳ କରି ପୁରୀ ଜିଲ୍ଲା ପ୍ରଶାସନ ବସ୍ତି ବାସିନ୍ଦାଙ୍କୁ ପଟା ପ୍ରଦାନ କରୁନଥିବା ଅଭିଯୋଗ ନେଇ ଆଜି ସିଟି ରୋଡ଼ ବାଙ୍କୀ ମୁହାଣ ଅଞ୍ଚଳର 4 ଟି ବସ୍ତିବାସିନ୍ଦା ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ବିକ୍ଷୋଭ କରିଛନ୍ତି।

ପଟ୍ଟା ପ୍ରଦାନ ଦାବି ନେଇ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ତାଙ୍କ ବସ୍ତି ଅଞ୍ଚଳ ଜଳାଶୟ କିସମ ଜାଗା ହୋଇଥିବା ଯୋଗୁଁ ପ୍ରଶାସନ ତାଙ୍କୁ ପଟ୍ଟା ପ୍ରଦାନ କରୁନାହଁ। ଫଳରେ ସହ ସହ ପରିବାର ପଟ୍ଟା ପାଇବାରୁ ବଞ୍ଚିତ ହୋଇଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ସହ ସରକାର ସହିତ ଆଲୋଚନା କରି ନିୟମ ପରିବର୍ତ୍ତନ କରି ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ପାଇଁ ଦାବି କରାଯାଇଛି।

ଯଦି ପ୍ରଶାସନ କିମ୍ବା ସରକାର 15 ଦିନ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି ନିଜ ଅଧିକାର ପାଇଁ ବାଧ୍ୟ ହୋଇ ବସ୍ତି ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବା ସହ ବ୍ୟାପକ ଆନ୍ଦୋଳନ କରିବ ବୋଲି ବସ୍ତିବାସିନ୍ଦା ଚେତାବନୀ ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details