ପୁରୀ: ଆରମ୍ଭ ହୋଇଛି ରୁପା ସ୍ଥାନାନ୍ତର ପ୍ରକ୍ରିୟା । ଜିଲ୍ଲା କୋଷାଗାରକୁ ରୁପା ସ୍ଥାନାନ୍ତର କରାଯାଉଛି। ନୀଳାଦ୍ରୀ ଭକ୍ତ ନିବାସ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ଜିଲ୍ଲା ଟ୍ରେଜେରୀକୁ ସ୍ଥାନାନ୍ତର ହେବ ପ୍ରାୟ ୫୦୦କେଜିର ରୂପା ଚାଦର। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।
କଡା ସୁରକ୍ଷାରେ ଜିଲ୍ଲା କୋଷାଗାରକୁ ରୂପା ସ୍ଥାନାନ୍ତରିତ ସ୍ଥାନାନ୍ତରଣ ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଏହି ରୂପାକୁ ସ୍ଥାନାନ୍ତର କରାଯିବ। ଶ୍ରୀମନ୍ଦିର କଳାହାଟ ଦ୍ବାରରେ ରୂପା ଛାଉଣୀ ପାଇଁ ଆସିଥିଲା ଏହି ରୂପା । ଶ୍ରୀମନ୍ଦିରର 8ଟି ଦ୍ବାର ରୂପା ଛାଉଣୀ କରାଯିବାକୁ ଥିବାବେଳେ ସେଥିରୁ ଗତ ରଥ ଯାତ୍ରା ମଧ୍ୟରେ 7ଟି ଦ୍ବାରର କାର୍ଯ୍ୟ ସରିଥିବା ବେଳେ କଳାହାଟ ଦ୍ବାର ରୂପା ଛାଉଣୀ ହୋଇ ନଥିଲା।
ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର କଳାହାଟ ଦ୍ଵାରର ରୁପା ସାମଗ୍ରୀ ସୁରକ୍ଷା ଦାୟିତ୍ବ ପୁରୀ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି । ତେବେ ମୋଟ 11 ଟି ବାକ୍ସ ରେ ଏହି ରୁପା ସାମଗ୍ରୀ କୁ ସିଲ କରାଯାଇ ଜିଲ୍ଲା ଟ୍ରେଜେରୀକୁ ପଠାଇ ଦିଆଯାଇଛି। କଡା ବାକ୍ସର ସମସ୍ତ ଚାବି ମଧ୍ୟ ଟ୍ରେଜେରୀରେ ରହିବ। ଆସନ୍ତା ବର୍ଷ ରଥଯାତ୍ରାର ଏକ ମାସ ପୂର୍ବରୁ ଟ୍ରେଜେରୀରୁ ରୁପାକୁ ଅଣାଯାଇ କଳାହାଟ ଦ୍ବାରର କବାଟକୁ ରୁପା ଛାଉଣୀ କରାଯିବ।
ସେପଟେ ମହପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିଥିବାରୁ ରତ୍ନ ସିଂହସନରେ ଶ୍ରୀଜିଉ ରହିବା ପର୍ଯ୍ୟନ୍ତ ଏହି ଦ୍ଵାର ଚଳିତବର୍ଷ କରିବା ସମ୍ଭବପର ନୁହେଁ। ଏଣୁ ଆସନ୍ତା ରଥଯାତ୍ରାରେ ଶ୍ରୀଜିଉଙ୍କ ଯାତ୍ରା ସମୟରେ କଳାହାଟ ଦ୍ଵାର କାମ କରିବାକୁ ମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି । ଦ୍ବାରର ସମସ୍ତ ରୁପା ଚାଦର ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗ୍ ରୁମ୍ରେ ରଖାଯାଇଥିଲା।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ