ଓଡିଶା

odisha

ETV Bharat / city

ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିକୁ ବିରୋଧ, ହାଇକୋର୍ଟରେ ମାମଲା - ହାଇକୋର୍ଟ

ନୂତନ ଶ୍ରୀମନ୍ଦିର ପରିଚାଳନା କମିଟି ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଖୁଣ୍ଟିଆ ନିଯୋଗ । ଅଧିକ ପଢନ୍ତୁ...

ନୂତନ ଶ୍ରୀମନ୍ଦିର ପରିଚଳନା କମିଟି ବିରୋଧରେ ହାଇକୋର୍ଟରେ ମାମଲା
ନୂତନ ଶ୍ରୀମନ୍ଦିର ପରିଚଳନା କମିଟି ବିରୋଧରେ ହାଇକୋର୍ଟରେ ମାମଲା

By

Published : Aug 17, 2021, 4:57 PM IST

Updated : Aug 17, 2021, 5:10 PM IST

ପୁରୀ: ଗତ ୧୨ ତାରିଖରେ ନୂଆ କରି ଗଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବିରୋଧରେ ହାଇକୋର୍ଟରେ ମାମଲା ଦାଏର ହୋଇଛି । କମିଟିର ବୈଧତାକୁ ଚ୍ୟାଲେଞ୍ଜ କରି ଖୁଣ୍ଟିଆ ନିଯୋଗ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାରେ ହାଇକୋର୍ଟ ସମସ୍ତ ପ୍ରତିପକ୍ଷଙ୍କ ଜବାବ ତଲବ କରିଛନ୍ତି ।

ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିକୁ ବିରୋଧ, ହାଇକୋର୍ଟରେ ମାମଲା

ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ପକ୍ଷରୁ ଏକ ପିଟିସନ ଦାୟର କରାଯାଇଥିବା ବେଳେ ଏହାକୁ ଗ୍ରହଣ କରିବା ସହ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟ ଜବାବ ତଲବ କରିଛନ୍ତି । ତେବେ ମାମଲାର ଚୂଡାନ୍ତ ରାୟ ଉପରେ ହିଁ ପରିଚାଳନା କମିଟିର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦିଷ୍ଟ ନିଯୋଗର ପ୍ରତିନିଧି ମାନେ ବାରମ୍ବାର ମନୋନୀତ ହେଉଥିବା ବେଳେ ଜାଣିଶୁଣି ଖୁଣ୍ଟିଆ ନିଯୋଗକୁ ଅଣଦେଖା କରାଯାଉଛି ବୋଲି ଦାଏର ପିଟିସନରେ ଉଲ୍ଲେଖ କରାଯାଇଛି।

ଶ୍ରୀମନ୍ଦିର ଖୋଲିବା ସମୟରୁ ଆରମ୍ଭ କରି ମନ୍ଦିର ବନ୍ଦ ହେବା ପର୍ଯ୍ୟନ୍ତ ଏହି ସେବକ ନିର୍ଦ୍ଦିଷ୍ଟ ସେବାପୂଜା କାର୍ଯ୍ୟ ସଂପାଦନ କରିଥାନ୍ତି। କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ସମୟରେ ଖୁଣ୍ଟିଆ ନିଯୋଗର ସେବକଙ୍କୁ ସଦସ୍ୟ ଭାବେ ଜାଣିଶୁଣି ଗ୍ରହଣ କରାଯାଉ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ବେଳେ ଖୁଣ୍ଟିଆ ନିଯୋଗର ଜଣେ ସଦସ୍ୟଙ୍କୁ କମିଟିର ସଦସ୍ୟ ଭାବେ ଗ୍ରହଣ କରାଯାଉ ବୋଲି ନିଯୋଗ ପକ୍ଷରୁ କୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 17, 2021, 5:10 PM IST

ABOUT THE AUTHOR

...view details