ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଛି । ପୁରୀ ବଡ଼ଦାଣ୍ଡସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି ।
ଶ୍ରୀମନ୍ଦିର ଛତିଶା ବୈଠକ ଆରମ୍ଭ: ପ୍ରଥମ କରି ଅଧ୍ୟକ୍ଷତା କରୁଛନ୍ତି ନବ ନିଯୁକ୍ତ ମୁଖ୍ୟ ପ୍ରଶାସକ - ଛତିଶା ବୈଠକ ପୁରୀ
ଆରମ୍ଭ ହେଲା ଛତିଶା ନିଯୋଗ ବୈଠକ । ପୁରୀ ବଡ଼ଦାଣ୍ଡସ୍ଥିତ ନିଳାଦ୍ରୀ ଭକ୍ତ ନିବାସରେ ବସୁଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ
ଶ୍ରୀମନ୍ଦିର ଛତିଶା ବୈଠକ ଆରମ୍ଭ: ପ୍ରଥମ କରି ଅଧ୍ୟକ୍ଷତା କରୁଛନ୍ତି ନବ ନିଯୁକ୍ତ ମୁଖ୍ୟ ପ୍ରଶାସନ
ଶ୍ରୀମନ୍ଦିର ଛତିଶା ବୈଠକ ଆରମ୍ଭ: ପ୍ରଥମ କରି ଅଧ୍ୟକ୍ଷତା କରୁଛନ୍ତି ନବ ନିଯୁକ୍ତ ମୁଖ୍ୟ ପ୍ରଶାସକ
ସେହିପରି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମେତ ସେବାୟତ ପ୍ରତିନିଧିମାନେ ଭାଗ ନେଇଛନ୍ତି । ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ତଥା ରଥ ନିର୍ମାଣ, ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ତଥା ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି । ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ପ୍ରସ୍ତୁତ ହେବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Apr 12, 2022, 11:00 PM IST