ଓଡିଶା

odisha

ETV Bharat / city

ମରାମତି ହେବ ମହାପ୍ରଭୁଙ୍କ ସୁଵର୍ଣ୍ଣର କୁଣ୍ଡଳ ଓ ଶ୍ରୀଭୂଜ - ମରାମତି ହେବ ମହାପ୍ରଭୁଙ୍କ ଅଳଙ୍କାର

ମହାପ୍ରଭୁଙ୍କ ସୁବର୍ଣ୍ଣର କୁଣ୍ଡଳ ଓ ଶ୍ରୀଭୂଜ ମରାମତି ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ମରାମତି ହେବ ମହାପ୍ରଭୁଙ୍କ ସୁଵର୍ଣ୍ଣର କୁଣ୍ଡଳ ଓ ଶ୍ରୀଭୂଜ
ମରାମତି ହେବ ମହାପ୍ରଭୁଙ୍କ ସୁଵର୍ଣ୍ଣର କୁଣ୍ଡଳ ଓ ଶ୍ରୀଭୂଜ

By

Published : Jul 5, 2021, 7:04 PM IST

ପୁରୀ: ମହାପ୍ରଭୁଙ୍କ ସୁଵର୍ଣ୍ଣର କୁଣ୍ଡଳ ଓ ଶ୍ରୀଭୂଜ ମରାମତି ହେବ । ଏଥିପାଇଁ ଏକ ବେସରକାରୀ ଅନୁଷ୍ଠାନକୁ ଦାୟିତ୍ବ ଦିଆଯାଇଛି । ଅନୁଷ୍ଠାନର ୪ଜଣ ଅଭିଜ୍ଞ କାରିଗରଙ୍କ ଦ୍ବାରା ଏହି ମରାମତି କରାଯିବ ବୋଲି ସୂଚନା ମିଳିଛି ।

ଶ୍ରୀବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ସୁବର୍ଣ୍ଣ ଶ୍ରୀଭୂଜ ମରାମତି କରାଯିବ। ଶ୍ରୀଜଗନ୍ନାଥଙ୍କ 2ଟି ଓ ଶ୍ରୀ ବଳଭଦ୍ରଙ୍କର 2ଟି ଶ୍ରୀଭୂଜ ମରାମତି କରାଯିବ। ଶ୍ରୀଭୂଜର ଖଡୁ ବା ବଳା ଓ ପାପୁଲି, ଆଙ୍ଗୁଠିର ମରାମତି କରାଯିବ। ସୁନା ଦ୍ଵାରା ଏହାର ମରାମତି କରାଯିବ। ମରାମତି ପରେ ମହାପ୍ରଭୁ ସୁନାବେଶ ବା ରାଜାଧିରାଜ ବେଶରେ ବିଭୂଷିତ ହେବେ। ଏଥିପାଇଁ ୧୨୦୦ ଗ୍ରାମର ସୁନାର ଆବଶ୍ୟକତା ରହିଛି।

SBIରେ ଥିବା ସୁନାକୁ ଅଣାଯାଇ ବିଧିବିଧାନ ମୁତାବକ ବିଶୁଦ୍ଧ କରାଯାଇ ମରାମତି କାର୍ଯ୍ୟରେ ଲଗାଯିବା ଉପରେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ବ ଦେଇଛନ୍ତି । ଏଥିପାଇଁ ଏକ ବେସରକାରୀ ଅନୁଷ୍ଠାନକୁ ଦାୟିତ୍ବ ଦିଆଯାଇଛି । ତାଙ୍କ ୪ଜଣ ଅଭିଜ୍ଞ କାରିଗରଙ୍କ ଦ୍ବାରା ଏହି ମରାମତି କରାଯିବ । ଦ୍ବାଦଶୀ ତିଥିରୁ ମରାମତି କାର୍ଯ୍ୟ ନାଭିକଟା ମଣ୍ଡପରେ ସୁରକ୍ଷା ଭିତରେ ମରାମତି କରାଯିବା ପାଇଁ ସ୍ଥିର ହୋଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details