ପୁରୀ:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ବିକ୍ରି କରିବା ପାଇଁ ରାଜ୍ୟ ସରକାର ନିୟମରେ ଆଣିଥିବା ସଂଶୋଧନକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା । ସଂଶୋଧିତ ନିୟମ ଅନୁସାରେ ଏଣିକି ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଶ୍ରୀମନ୍ଦିର ପ୍ରଶାସକ ଓ ଅଧିକାରୀ ଜମି ବିକ୍ରି କରି ପାରିବେ । ତେବେ ଏହି ନିଷ୍ପତ୍ତିକୁ ଶ୍ରୀଜଗନ୍ନାଥ ସେନା ବିରୋଧ କରିଛି । ନିୟମ ସଂଶୋଧନ ଆଳରେ ଜମି ମାଫିଆ , ଖଣି ମାଫିଆଙ୍କୁ ମହାପ୍ରଭୁଙ୍କ ଜମି ଏଣିକି ଶାଗ ମାଛ ଦରରେ ବିକ୍ରି କରିବା ପାଇଁ ବାଟ ଖୋଲିଯାଇଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି ।
ପୁରୀ ଲୋକଙ୍କ ଜମି ଜମା ମାମଲାର ସମାଧାନ ଆଳରେ ଏହି ନିୟମ କରାଯାଇଛି । ଯାହାକି ପୁରୀ ଲୋକ ଜମାବି ଉପକୃତ ହେବେନାହିଁ । ଯଦି ସରକାର ପୁରୀର 80 ହଜାର ପରିବାର ଲୋକଙ୍କ ଜମିଜମା ସମସ୍ୟା ସମାଧାନ ପାଇଁ ଚାହୁଁଛନ୍ତି, ତେବେ 2003 ମସିହାରେ ହୋଇଥିବା ଜମି ଦର ମୂଲ୍ୟ ତଥା ୟୁନିଫର୍ମ ପଲିସି ଲାଗୁ କଲେ ପୁରୀ ଲୋକ ପ୍ରକୃତରେ ଉପକୃତ ହୋଇପାରିବେ ବୋଲି ଜଗନ୍ନାଥ ସେନା କହିଛି ।