ପୁରୀ: ଆସନ୍ତା 5 ତାରିଖରେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ତେବେ କୋଭିଡ-19 ଆତଙ୍କକୁ ନେଇ ଅନେକ କଟକଣା ଭିତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ସୀମିତ ସଂଖ୍ୟକ ସେବାୟତ ଏହି ସ୍ନାନଯାତ୍ରା ନୀତି କାନ୍ତିରେ ସାମିଲ ହେବେ । ଏନେଇ ମଧ୍ୟ ଉକ୍ତ ସେବାୟତଙ୍କର କୋରୋନା ଟେଷ୍ଟ ହୋଇଛି ।
ସ୍ନାନଯାତ୍ରା ପାଇଁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡିଲା ଶ୍ରୀମନ୍ଦିର ପରିଚାଳନା କମିଟି - SNANAYATRA
ମହାପ୍ରଭୁଙ୍କ ସ୍ନାନଯାତ୍ରା କିଭଳି ଅୟୋଜନ ହେବ ସେନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ।
ତେବେ ମହାପ୍ରଭୁଙ୍କ ସ୍ନାନଯାତ୍ରା କିଭଳି ଅୟୋଜନ ହେବ ସେନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି । ସେହିପରି ମଙ୍ଗଳବାର ଶ୍ରୀମନ୍ଦିର ସମାଜିକ ଦୂରତ୍ବକୁ ରଖି ରୁକ୍ମଣୀ ହରଣ ଏକାଦଶୀ ଓ ପରେ ପଡୁଥିବା ଚମ୍ପକ ଦ୍ବାଦଶୀ କିଭଳି ପାଳନ ହେବ ସେନେଇ ଜଗତଗୁରୁଙ୍କ ଠାରୁ ପରାମର୍ଶ ନିଆଯାଇ ଥିଲା । ସେହିପରି ସ୍ନାନଯାତ୍ରାକୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଯିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରିଛନ୍ତି । ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ବଡ଼ ଦାଣ୍ଡ କୌଣସି ଭକ୍ତଙ୍କ ଉପସ୍ଥିତି ରହିବ ନାହିଁ । ବିନା ଭକ୍ତରେ ହେବ ସ୍ନାନ ଯାତ୍ରା । କୋଭିଡ 19 ମହାମାରୀ ସଂକ୍ରମଣ ରୋକିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ