ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କଲେ ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ । ସୁବ୍ରମଣ୍ୟମ ଗୋବର୍ଦ୍ଧନ ପୀଠରେ ପ୍ରାୟ ଏକ ଘଣ୍ଟା ଶଙ୍କରାଚାର୍ଯ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଭାରତ ସହ ଅନ୍ତର୍ଜାତୀୟ ସୀମା ବିବାଦ ଓ ଚୀନ ସହ ସମ୍ପର୍କକୁ ନେଇ ମଧ୍ୟ ଆଲୋଚନା କରାଯାଇଥିବା ସୂଚନା ମିଳିଛି ।
Subramaniam Swamy Visits Puri: ମନ୍ଦିର କୌଣସି ସରକାରଙ୍କ ଅଧୀନସ୍ଥ ରହିବା ଉଚିତ ନୁହେଁ କହିଲେ ସୁବ୍ରମଣ୍ୟମ ସ୍ୱାମୀ ସେହିପରି ଧର୍ମ ପୀଠଗୁଡିକର ସୁରକ୍ଷା ପାଇଁ ମଧ୍ୟ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ । ରାଜ୍ୟ ଓ କେନ୍ଦ୍ର ସରକାର ଧର୍ମ ପୀଠଗୁଡିକର ସୁରକ୍ଷା ପାଇଁ ମଧ୍ୟ କାର୍ଯ୍ୟକରୁ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ । କେରଳର ପଦ୍ମନାଭ ସ୍ଵାମୀ ମନ୍ଦିରରେ ଏକ କାର୍ଯ୍ୟକ୍ରମରେ ଆସିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ । ରାମ ମନ୍ଦିର ଓ କାସୀ ବିଶ୍ଵନାଥ ଓ ଜ୍ଞାନବାପୀ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ଆଲୋଚନା କରିଛନ୍ତି ।
ଶ୍ରୀମନ୍ଦିର ପ୍ରକଳ୍ପ ବିଷୟରେ ଅବଗତ ଥିବା ସୁବ୍ରମଣ୍ୟମ କହିଛନ୍ତି । ଆଇନଗତ ବାଧା କାରଣରୁ ପ୍ରକଳ୍ପ କାର୍ଯ୍ୟ ବିବାଦରେ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲଭାବରେ ଜାଣିଛି ଏବଂ ତାଙ୍କ ବାପା ବିଜୁ ପଟ୍ଟନାୟକ ତାଙ୍କ ସହଯୋଗୀ ଥିବା କହିଛନ୍ତି ସୁବ୍ରମଣ୍ୟାମ । ଏଥିସହ ସେ କହିଛନ୍ତି ଯେ, ଓଡିଶା ପ୍ରତି ମୋର ଭଲପାଇବା ରହିଛି । ଶ୍ରୀମନ୍ଦିର ପ୍ରକଳ୍ପ ନେଇ ଆଲୋଚନା କରିବେ ବୋଲି କହିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ ।
ସେହିପରି ଶ୍ରୀମନ୍ଦିର ପରିଚାଳନା ପ୍ରସଙ୍ଗରେ ସେ କହିଛନ୍ତି, 'ମନ୍ଦିର କୌଣସି ସରକାରଙ୍କ ଅଧୀନସ୍ଥ ରହିବା ଉଚିତ ନୁହେଁ । କେବଳ କୌଣସି ତ୍ରୁଟି ବା ବିବାଦ ଥିଲେ ସରକାର କିଛି ସମୟ ପାଇଁ ହସ୍ତକ୍ଷେପ କରିବା କଥା ।' ଅନ୍ୟପଟେ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି କୌଣସି ଚାପ ଦ୍ୱାରା କିମ୍ବା କୌଣସି ପକ୍ଷ ଦ୍ୱାରା ପ୍ରଭାବିତ କରିବା ପାଇଁ ପ୍ରଚେଷ୍ଟା ନକରନ୍ତୁ ରାଜ୍ୟ ସରକାର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସେ ଉଚିତ ପରମର୍ଶ ଦେଇଛନ୍ତି । ତାକୁ ସରକାର ଗ୍ରହଣ କରିବା ଉଚିତ୍।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ