ପୁରୀ:ବାହୁଡା ଯାତ୍ରାରେ ସୁରକକ୍ଷାକର୍ମୀଙ୍କ ଘୃଣ୍ୟ କାର୍ଯ୍ୟ । ଭିଡର ସୁଯୋଗ ନେଇ ମହିଳା ଭକ୍ତଙ୍କୁ ଅସଦାଚରଣ କଲେ ରାପିଡ ଆକ୍ସନ ଫୋର୍ସ ଯବାନ । ଭକ୍ତଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ଯବାନଙ୍କ ଏପରି କାର୍ଯ୍ୟକୁ ପୁରୀରେ ତିବ୍ର ବିରୋଧ । ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଭକ୍ତଙ୍କ ମହଲରେ ଦାବି ।
ସୂଚନାଅନୁଯାୟୀ ଗତ ଶନିବାର ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରଥଟାଣିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଜନ୍ମ ବେଦୀରୁ ମହାପ୍ରଭୁ ରଥାରୁଢ ହୋଇ ରତ୍ନବେଦୀ ଅଭିମୁଖେ ଯାଇଥିଲେ l ହଜାର ହଜାର ପୋଲିସ, ଯବାନଙ୍କ ଉପସ୍ଥିତରେ ରଥ ଗଡ଼ିଥିଲା ଓ ଲକ୍ଷାଧିକ ଭକ୍ତଙ୍କୁ ମଧ୍ୟ ସହଯୋଗ କରିଥିଲେ । ଏହାରି ଭିତରେ ଏକ RAF ବା ରାପିଡ଼ ଆକ୍ସନ ଫୋର୍ସ ଯବାନ ଅସଦାଚରଣ କରିଥିବା ଦେଖିବାକୁ ମିଳିଥିଲା l ଯାହା ଏବେ ଭାଇରାଲ ହୋଇଛି ।