ଓଡିଶା

odisha

ETV Bharat / city

ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା କଡାକଡି

ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । 144 ଧାରାକୁ ବଜାୟ ରଖିବା ପାଇଁ 38 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ସେହିପରି 150 ଜଣ ପୋଲିସ ଅଫିସର ସୁରକ୍ଷା ଦାୟିତ୍ବରେ ରହିବେ। ଅଧିକ ପଢନ୍ତୁ...

ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା କଡାକଡି
ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା କଡାକଡି

By

Published : Jun 4, 2020, 3:58 PM IST

ପୁରୀ: ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏହାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସ୍ନାନଯାତ୍ରାରେ ଯେଭଳି ସ୍ନାନ ମଣ୍ଡପ ସମୁଖ ଓ ବଡ଼ ଦାଣ୍ଡରେ ଭକ୍ତଙ୍କ ଭିଡ଼ ନହୁଏ, ଏନେଇ 144 ଧାରା ଜାରି କରିଛି ପ୍ରଶାସନ । ମହାମାରୀ କୋରୋନା ସଂକ୍ରମଣ ଆଶଙ୍କାକୁ ଦେଖି ଏହି ନିଷ୍ପତ୍ତି ହୋଇଛି। ତେବେ ପୋଲିସ ପକ୍ଷରୁ କଣ ସବୁ ବ୍ୟବସ୍ଥା ହୋଇଛି ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରଞ୍ଚଳ ଡିଆଇଜି ଆଶିଷ ସିଂ ।

ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା କଡାକଡି

ସୂଚନା ଅନୁଯାୟୀ ସ୍ନାନଯାତ୍ରାରେ ଶାନ୍ତି ଶୃଙ୍ଖଳା ଓ 144 ଧାରାକୁ ବଜାୟ ରଖିବା ପାଇଁ 38 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ସେହିପରି 150 ଜଣ ପୋଲିସ ଅଫିସର ସୁରକ୍ଷା ଦାୟିତ୍ବରେ ରହିବେ। ତେବେ ପୋଲିସ କର୍ମଚାରୀଙ୍କ ଭିତରେ ସାମାଜିକ ଦୂରତ୍ବକୁ ବଜାୟ ରଖିବା ଦିଗରେ ଗୁରୁତ୍ବ ଦିଆଯିବ । 4ଟି ସିଫ୍ଟରେ ଡ୍ୟୁଟିରେ ରହିବେ ପୋଲିସ ଫୋର୍ସ । ଶ୍ରୀମନ୍ଦିର ଭିତରକୁ କେବଳ ପାସ ଥିବା ସେବାୟତଙ୍କୁ ହିଁ ନୀତିକାନ୍ତି ପାଇଁ ପ୍ରବେଶର ଅନୁମତି ରହିବ।

ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା କଡାକଡି

ସେହିପରି 144 ଜାରି ଅଞ୍ଚଳରେ ସିସିଟିଭିରେ ସମ୍ପୂର୍ଣ୍ଣ ନଜର ରଖାଯିବ। ତେବେ 144 ଧାରା ଜାରି ଅଞ୍ଚଳରେ ଅନେକ ସାହି ଥିବାରୁ ଲୋକେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଓ କାର୍ଯ୍ୟ ପାଇଁ ଯିବାକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି। ହେଲେ ଶ୍ରୀମନ୍ଦିର ପଟକୁ ଯିବା ପାଇଁ ପୋଲିସର କଟକଣା ରହିବ। ଶୁକ୍ରବାର ସ୍ନାନଯାତ୍ରା ଦିନ ପୂର୍ବରୁ ଅର୍ଥାତ ଗୁରୁବାର ରାତି 10ଟାରୁ ସ୍ନାନଯାତ୍ରା ପରଦିନ ଶନିବାର 2ଟା ଯାଏଁ ଶ୍ରୀମନ୍ଦିର ଅଞ୍ଚଳରେ 144 ଧାରା ଦଲବତ୍ତର ରହିବ। ମାର୍କେଟ ଛକରୁ ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସବୁ ସାହିର ରାସ୍ତା ଓ ଗଳିକୁ ବ୍ୟାରିକେଡ ଦିଆଯାଇ ଯାତାୟତ ପାଇଁ ବନ୍ଦ ରହିବ ବୋଲି ସସୂଚନା ଦିଆଯାଇଛି ।

ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା କଡାକଡି

ଅନ୍ୟପକ୍ଷେ ସ୍ନାନ ଯାତ୍ରାରେ 144 ଧାରା ଜାରି ହେବାକୁ ନେଇ କେତେକ ମହଲରେ ଅସନ୍ତୋଷ ପ୍ରକାଶ ପଇଛି । ସ୍ନାନଯାତ୍ରା ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ଦାବି କରାଯାଉଛି। ତେବେ ଏହି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ପ୍ରଶାସନର ନିଷ୍ପତ୍ତିରେ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କୋରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଥିବା କହିଛନ୍ତି ବଲବନ୍ତ । ତେବେ ଭକ୍ତମାନେ କିଭଳି ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବେ ଏନେଇ ଦୂରଦର୍ଶନ ମାଧ୍ୟମରେ ସିଧାପ୍ରାସରଣର ବ୍ୟବସ୍ଥା କରାଯାଇଛି। ଏଣୁ ବର୍ତ୍ତମାନର ପରିସ୍ଥିତିକୁ ଦେଖି ସ୍ନାନଯାତ୍ରାରେ ଯେଉଁ କଟକଣା ହୋଇଛି ତାକୁ ମାନିବାକୁ ପୁରୀ ବାସିନ୍ଦାଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ । ଚଳିତ ବର୍ଷ ଏଭଳି କିଛି ତ୍ୟାଗ କଲେ ଅଗାମୀ ଦିନରେ ଏହା ଇତିହାସରେ ସ୍ବତନ୍ତ୍ର ସ୍ଥାନ ପାଇବ ବୋଲି ସେ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details