ଓଡିଶା

odisha

ETV Bharat / city

ରଥଯାତ୍ରା ସମୟରେ ଲାଗିବ 144 ଧାରା, ଛାତ ଉପରେ ବି ଦେଖି ପାରିବେନି ଘୋଷଯାତ୍ରା - ratha yatra puri

ରଥଯାତ୍ରା ଭକ୍ତ ଶୂନ୍ୟ ରହିବ ବଡଦାଣ୍ଡ, ଲାଗୁ ହେବ 144 ଧାରା , ଛାତ ଉପରେ ବି ରଥଯାତ୍ରା ଦେଖିବାକୁ ବାରଣ । ଅଧିକ ପଢନ୍ତୁ...

ଛାତ ଉପରେ ବି ରଥଯାତ୍ରା ଦେଖିବା ମନା
ଛାତ ଉପରେ ବି ରଥଯାତ୍ରା ଦେଖିବା ମନା

By

Published : Jul 3, 2021, 1:01 PM IST

ପୁରୀ:ଚଳିତ ବର୍ଷ ବି ବିନା ଭକ୍ତରେ ହେବ ରଥଯାତ୍ରା । ଭକ୍ତ ଶୂନ୍ୟ ରହିବ ବଡଦାଣ୍ଡ ଓ ଛାତ ଉପରେବି ରଥଯାତ୍ରା ଦେଖି ପାରିବେନି ଶ୍ରଦ୍ଧାଳୁ । ଚଳିତ ବର୍ଷ ମଧ୍ୟ ରଥଯାତ୍ରାରେ କୋଭିଡ ଗାଇଡଲାଇନକୁ କଡାକଡି କରାଯିବ। ଏନେଇ ସମ୍ପୂର୍ଣ୍ଣ ବଡଦାଣ୍ଡରେ 144 ଧାରା ଲାଗୁ ହେବ। ସେହିପରି ବଡ଼ଦାଣ୍ଡରେ ଥିବା ଘର ଗୁଡିକର ଛାତ ଉପରେ ମଧ୍ୟ ଏହି 144 ଧାରା ଲାଗୁ ହେବ । ଘରର ମାଲିକ ମଧ୍ୟ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖି ପାରିବେ ନାହିଁ।

ଛାତ ଉପରେ ବି ରଥଯାତ୍ରା ଦେଖିବା ମନା

ସେହିପରି ବଡଦାଣ୍ଡରେ ଥିବା ସମସ୍ତ ହୋଟେଲ, ଲଜକୁ ମଧ୍ୟ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରାଯିବ । ଏବଂ କୌଣସି ବୁକିଂ ହୋଇ ପାରିବ ନାହିଁ। ସେପଟେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ପାଇଁ ପୁରୀ ସହରକୁ 12 ଟି ଜୋନରେ ବିଭକ୍ତ କରାଯାଇଛି । ସହରର ପ୍ରବେଶ ପଥ ସିଲ ରହିବ । ତେବେ ରଥଯାତ୍ରା ଅୟୋଜନ ନେଇ ପ୍ରଶାସନ ପକ୍ଷରୁ ଯେଉଁ ବ୍ୟବସ୍ଥା ହୋଇଛି ପୁରୀ ସହରବାସୀ ପାଳନ କରିବାକୁ ପୁରୀ ଜିଲ୍ଲାପାଳ ଓ ଏସପି ଅନୁରୋଧ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details