ଓଡିଶା

odisha

ETV Bharat / city

ଗୋଷାଣୀ ଦେବୀ ସଭା ପାଇଁ ବଡଦାଣ୍ଡରେ 144 ଧାରା

ଗୋଷାଣୀ ମୂର୍ତ୍ତିରେ ଯିବାପାଇଁ ମାତ୍ର ୭ ଜଣଙ୍କୁ ପୂଜା ମଣ୍ଡପ କର୍ମକର୍ତ୍ତା ଅନୁମତି ଦେଇଛି ପ୍ରଶାସନ। ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବାପୂଜା ପାଇଁ ଯାଉଥିବା କୌଣସି ସେବାୟତଙ୍କୁ ଅଟକାଯିବ ନାହିଁ। ଅଧିକ ପଢନ୍ତୁ...

By

Published : Oct 26, 2020, 2:41 PM IST

ଗୋଷାଣୀ ଦେବୀ ସଭା ପାଇଁ 144 ଧାରା
ଗୋଷାଣୀ ଦେବୀ ସଭା ପାଇଁ 144 ଧାରା

ପୁରୀ: ଶ୍ରୀକ୍ଷେତ୍ରରେ ଏକାଦଶୀରେ ଅର୍ଥାତ ମଙ୍ଗଳବାର ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଗୋଷାଣି ମୂର୍ତ୍ତି ଏକାଠି ହେବେ। ଏହା ଦେବୀସଭା ଭାବେ ପରିଚିତ। କିନ୍ତୁ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଅନେକ କଟକଣା ଜାରି କରାଯାଇଛି। ମଙ୍ଗଳବାର ସକାଳ ୧୦ ଟାରୁ ରାତ୍ରି ଯାଏଁ ବଡ଼ଦାଣ୍ଡରେ ୧୪୪ ଧାରା ଜାରି ହେବ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ମରିଚିକୋଟ ଛକ ପର୍ଯ୍ୟନ୍ତ ଏହି ଧାରା ଜାରି ହେବ।

ପ୍ରତ୍ୟକ ଗୋଷାଣୀ ମୂର୍ତ୍ତିରେ ଯିବାପାଇଁ ମାତ୍ର ୭ ଜଣଙ୍କୁ ପୂଜା ମଣ୍ଡପ କର୍ମକର୍ତ୍ତା ଅନୁମତି ଦେଇଛି ପ୍ରଶାସନ। ସେମାନଙ୍କୁ ପରିଚୟ ପତ୍ର ଦିଆଯାଇଛି। ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବାପୂଜା ପାଇଁ ଯାଉଥିବା କୌଣସି ସେବାୟତଙ୍କୁ ଅଟକାଯିବ ନାହିଁ। ସେଭଳି ସମସ୍ତ ଜରୁରୀକାଳୀନ ସେବା ପ୍ରଭାବିତ ହେବ ନାହିଁ। ଶ୍ରୀକ୍ଷେତ୍ରର ପ୍ରମୁଖ 7 ସାହି ଓ ଆଖଡା ଦ୍ବାରା ହେଉଥିବା ୪୦ରୁ ଉର୍ଦ୍ଧ୍ଵ ଗୋଷାଣୀ ସିଂହଦ୍ବାରକୁ ଭଷାଣ ଶୋଭାଯାତ୍ରାରେ ଆସିବା ସମୟରେ ବାଜା ବାଜିବନି କି ଆଲୋକ ଲାଗିବନି।

ଗୋଷାଣୀ ଦେବୀ ସଭା ପାଇଁ 144 ଧାରା

ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ପାଳନ କରାଯିବ। ମଙ୍ଗଳାଘାଟକୁ ଗୋଷାଣି ଶୋଭାଯାତ୍ରା ଯାଇ ସେଠାରେ ହୋଇଥିବା କୁତ୍ରିମ ପୋଖରୀରେ ବିସର୍ଜନ କରାଯିବ। ଜିଲ୍ଲାପାଳ ବଲୱନ୍ତସିଂଙ୍କ ଅଧ୍ୟକ୍ଷତାରେ ଗତ ୨୩ ତାରିଖରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଭକ୍ତଶୂନ୍ୟ ରହିବ ବଡ଼ଦାଣ୍ଡ। କେବଳ ପରମ୍ପରା ରକ୍ଷା ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସମସ୍ତ ଗୋଷାଣି ଏକତ୍ରିକରଣ ସହ ଦେବୀ ସଭା ହେବ। ସେହିପରି ଭଷାଣିରେ ଶାନ୍ତି ଶୃଙ୍ଖଳା ପାଇଁ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ପୁରୀ ଏସପି ଅଖିଳେଶ୍ବର ସିଂ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details