ଓଡିଶା

odisha

ETV Bharat / city

ଉଚ୍ଛେଦ ହେଲା ନିର୍ମାଣାଧିନ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର - ଦ୍ୱିତୀୟ କୋଣାର୍କକୁ ନିର୍ମାଣକୁ ଉଚ୍ଛେଦ କଲା ପ୍ରଶାସନ

ଦ୍ୱିତୀୟ କୋଣାର୍କକୁ ନିର୍ମାଣକୁ ନେଇ ଲାଗି ରହିଥିବା ବିବାଦର ଅବସାନ । ଉଚ୍ଛେଦ ହେଲା ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ

ଉଚ୍ଛେଦ ହେଲା ନିର୍ମାଣଧିନ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର
ଉଚ୍ଛେଦ ହେଲା ନିର୍ମାଣଧିନ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର

By

Published : Jan 20, 2022, 8:31 PM IST

ପୁରୀ :କୋଣାର୍କ ଚନ୍ଦ୍ରଭାଗାରେ ଦୀର୍ଘ ଦିନ ଧରି ଦ୍ୱିତୀୟ କୋଣାର୍କକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ଉଚ୍ଛେଦ ହୋଇଛି କୋଣାର୍କ ଚନ୍ଦ୍ରଭାଗା ନିକଟରେ ନିର୍ମାଣାଧୀନ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ବେଆଇନ ନିର୍ମାଣକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ ପରେ ମୂର୍ତ୍ତୀ ସ୍ଥାନାନ୍ତରିତ କରାଯିବା ସହ ପିଣ୍ଡି ଭଙ୍ଗାଯାଇଛି ।

ଉଚ୍ଛେଦ ହେଲା ନିର୍ମାଣଧିନ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର

ଗୋପ ତହସିଲଦାର , ଆରଆଇ, ଏନଏସି ନୋଡାଲ ଅଫିସରଙ୍କ ସହ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଉଚ୍ଛେଦ କରାଯାଇଛି । ସମସ୍ତ ମୂର୍ତ୍ତୀକୁ ସୁରକ୍ଷିତ ଭାବେ ନିକଟରେ ଥିବା ମହାବୀର ମନ୍ଦିରରେ ରଖାଯାଇଛି । ମୂର୍ତ୍ତୀ ରହିଥିବା ପିଣ୍ଡିକୁ ଜେସିବି ଦ୍ୱାରା ଭଙ୍ଗା ଯାଇଛି।

ଓମ ବାବାଙ୍କ ମୁଖ୍ୟ ସହଯୋଗୀ ମୁକେଶ ଜୈନ ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର କରିବା ପାଇଁ କୋଣାର୍କ ଚନ୍ଦ୍ରଭାଗା ହାଚେରୀ ନିକଟରେ ବେଆଇନ ଭାବେ ସରକାରୀ ଜମି ଉପରେ ଭବ୍ୟ ସୂର୍ଯ୍ୟ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ । ସେ ଦୀର୍ଘ ୩ ମାସରୁ ଅଧିକ ହେବ ସରକାରୀ ଜମି ମାଡି ବସିଥିଲେ । ଏହି ଘଟଣାକୁ କୋଣାର୍କ ସୁରକ୍ଷା ସମିତି ଓ କୋଣାର୍କ ଅଞ୍ଚଳବାସୀ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ବିରୋଧ କରି ଆସୁଥିଲେ । ଜନ ଅସନ୍ତୋଷ ବଢ଼ିବା ପରେ ନିର୍ମାଣଧୀନ ଦ୍ୱିତୀୟ କୋଣାର୍କକୁ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details