ପୁରୀ: ମାଉସୀ ମା' ମନ୍ଦିର ଆଗରେ ଅଭାବନୀୟ ଘଟଣା । ମହାପ୍ରଭୁଙ୍କୁ ପୋଡ ପିଠା ଭୋଗ ସମର୍ପଣକୁ ନେଇ ବିବାଦ କାରଣରୁ ଲାଗି ହୋଇ ପାରିଲାନି ପୋଡପିଠା । ମାଉସୀ ମା' ମନ୍ଦିର ପୂଜକ ବିଶ୍ଵନାଥ ମିଶ୍ର ଓ ପୂର୍ବରୁ ସେବକ ଥିବା ଲୋକନାଥ ଦାଶଙ୍କ ନାତି ମନୋରଞ୍ଜନ ମିଶ୍ରଙ୍କ ମଧ୍ୟରେ ପୋଡ ପିଠା ସେବାକୁ ନେଇ ଅନେକ ଦିନ ଲାଗି ରହିଥିବା ବିବାଦ କାରଣରୁ ଏପରି ଏକ ଘଟଣା ଘଚିଛି ।
ସୂଚନା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଥିବା ବିବାଦ କୋର୍ଟ କଚେରୀରେ ପହଞ୍ଚିଛି । ମାମଲା ସମାଧାନ ହୋଇ ନ ଥିବାବେଳେ ଆଜି ଉଭୟ ମହାପ୍ରଭୁଙ୍କୁ ପୋଡ ପିଠା ସମର୍ପଣ କରୁଥିଲେ । ମନୋରଞ୍ଜନ ମିଶ୍ର ପୋଡ ପୀଠା ଧରି ମାଉସୀ ମା' ମନ୍ଦିର ଆଗରେ ଠିଆ ହେବାକୁ ନେଇ ବିବାଦ ଓ ବଚସା ହୋଇଥିଲା । ପରେ ମାଡପିଟ ପର୍ଯ୍ୟନ୍ତ କଥା ଯାଇଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଛି । ତେବେ ଏହି ଗଣ୍ଡଗୋଳରେ ମହାପ୍ରଭୁଙ୍କ ପାଇଁ ମନୋରଞ୍ଜନ ମିଶ୍ର ପ୍ରସ୍ତୁତ କରିଥିବା ପୋଡୋ କୁଡ଼ୁଆ ତଳେ ପଡି ଭାଙ୍ଗି ଯିବାରୁ ଭୋଗ ତଳେ ପଡ଼ି ନଷ୍ଟ ହୋଇ ଯାଇଛି ।