ଓଡିଶା

odisha

ETV Bharat / city

ଏମାର ମଠରେ ହେଲା ତଲାସି ଘଟଣା, ମେଟାଲ ଡ଼ିଟେକ୍ଟରକୁ ନେଇ ଅସନ୍ତୁଷ୍ଟ ଟ୍ରଷ୍ଟ - puri news update

ପୁରୀର ବହୁ ଚର୍ଚ୍ଚିତ ଏମାର ମଠରେ ତଲାସି କରିଛି ଜିଲ୍ଲା ପ୍ରଶାସନ । ଆଜି କିଛି ସ୍ଥାନରେ ମାର୍କିଂ କରାଯାଇଥିବା ସୂଚନା । ବୈଷୟିକ ଟିମର ପରାମର୍ଶ ପରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ । ମେଟାଲ ଡ଼ିଟେକ୍ଟରର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ମଠ ଟ୍ରଷ୍ଟ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

ଏମାର ମଠରେ ଆରମ୍ଭ ହେଲା ତଲାସୀ ଅଭିଯାନ, ମେଟାଲ ଡ଼ିଟେକ୍ଟରକୁ ନେଇ ଅସନ୍ତୁଷ୍ଟ ଟ୍ରଷ୍ଟ
ଏମାର ମଠରେ ଆରମ୍ଭ ହେଲା ତଲାସୀ ଅଭିଯାନ, ମେଟାଲ ଡ଼ିଟେକ୍ଟରକୁ ନେଇ ଅସନ୍ତୁଷ୍ଟ ଟ୍ରଷ୍ଟ

By

Published : Sep 16, 2021, 4:16 PM IST

ପୁରୀ: ଆଜି ଏମାର ମଠରେ ତଲାସି କରିଛି ଜିଲ୍ଲା ପ୍ରଶାସନ । ଆଜି ମେଟାଲ ଡ଼ିଟେକ୍ଟର ସାହାଯ୍ୟରେ ତଲାସି କରାଯାଇ ମଠର କିଛି ସ୍ଥାନରେ ରଙ୍ଗ ଲଗାଯାଇ ମାର୍କିଂ କରାଯାଇଛି । ବୈଷୟିକ ଟିମର ରିପୋର୍ଟ ଆସିବା ପରେ ଏ ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଏମାର ମଠରେ ଆରମ୍ଭ ହେଲା ତଲାସୀ ଅଭିଯାନ, ମେଟାଲ ଡ଼ିଟେକ୍ଟରକୁ ନେଇ ଅସନ୍ତୁଷ୍ଟ ଟ୍ରଷ୍ଟ

ଆଜି ମଠ ଅଗଣା ନିକଟ ପ୍ରବେଶ ଦ୍ବାର ଚଟାଣ ଓ ଠାକୁରଙ୍କ ଗାଦିଘର ସାମ୍ନା ଚଟାଣରେ ମାର୍କିଂ କରାଯାଇଛି । ତେବେ ମେଟାଲ ଡ଼ିଟେକ୍ଟର ଯୋଗେ ତଲାସି ପ୍ରକ୍ରିୟା ଓ ଏହାର କାର୍ଯ୍ୟଦକ୍ଷତାକୁ ନେଇ ସନ୍ତୁଷ୍ଟ ହୋଇନାହାନ୍ତି ମଠର ଅନ୍ତରୀଣ ଟ୍ରଷ୍ଟ ଅଧ୍ୟକ୍ଷ । ମେଟାଲ ଡ଼ିଟେକ୍ଟରରେ ମାଟିର ମାତ୍ର ଦେଢ଼ ଫୁଟ ଯାଏ ସ୍କାନିଂ ହୋଇ ପାରିବ। ଏଣୁ ମେଟାଲ ଡ଼ିଟେକ୍ଟର ବଦଳରେ ଆଉ କିଛି ଅତ୍ୟାଧୁନିକ ମେସିନ ସାହାଯ୍ୟରେ ମାଟିର ଗଭୀର ପର୍ଯ୍ୟନ୍ତ ଯାଇ ତଲାସି କରିବାର ଆବଶ୍ୟକତା ରହିଥିବା ମଠର ଅନ୍ତରୀଣ ଟ୍ରଷ୍ଟ ଅଧ୍ୟକ୍ଷ କହିଛନ୍ତି । ଏ ନେଇ ସେ ଦେବୋତ୍ତର କମିଶନଙ୍କୁ ପୁଣି ଅବଗତ କରାଯିବ ବୋଲି ମଧ୍ୟ ମଠ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

ଏମାର ମଠରୁ ଗତ 2011 ମସିହାରେ 522 ଖଣ୍ଡ ରୂପା ଇଟା ଓ ପରେ ଚଳିତବର୍ଷ ଏପ୍ରିଲ ମାସରେ ପୁଣି 45 ଖଣ୍ଡ ରୂପା ଇଟା ମଧ୍ୟ ଠାବ କରିଥିଲା ପ୍ରଶାସନ । ତେବେ ମଠରୁ ଆହୁରି କିଛି ଗୁପ୍ତଧନ ଥିବା ଅନୁମାନ କରି ପୁଣି ତଲାସି କରିବାକୁ ଏମାର ମଠ ଅନ୍ତରୀଣ ଟ୍ରଷ୍ଟ ପକ୍ଷରୁ ଦେବୋତ୍ତର ବିଭାଗକୁ ଅଗଗତ କରାଯାଇଥିଲା। ତଦନୁଯାୟୀ ଆଜି ଏମାର ମଠ ତଲାସି ଆରମ୍ଭ କରାଯାଇଛି । ବୈଷୟିକ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବା ନେଇ ଜିଲ୍ଲା ପ୍ରଶାସନ କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details