ଓଡିଶା

odisha

ETV Bharat / city

Ratha Yatra 2022: ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ - ଦେବସ୍ନାନ ପୂର୍ଣ୍ଣିମା

ଆସନ୍ତାକାଲି (ମଙ୍ଗଳବାର) ପବିତ୍ର ଦେବସ୍ମାନ ପୂର୍ଣ୍ଣିମା । ଏ ନେଇ ନୀତି ନିର୍ଘଣ୍ଟ ହୋଇଛି । ଅଧିକ ପଢନ୍ତୁ

ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ
ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ

By

Published : Jun 13, 2022, 9:16 AM IST

ପୁରୀ:ଆସନ୍ତାକାଲି (ମଙ୍ଗଳବାର) ପବିତ୍ର ଦେବସ୍ମାନ ପୂର୍ଣ୍ଣିମା । ଏନେଇ ନୀତି ନିର୍ଘଣ୍ଟ ହୋଇଛି । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୩ ଘଣ୍ଟା ପାଇଁ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ତେବେ କୌଣସି ଭକ୍ତ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ ।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ନାନ ପୂର୍ଣ୍ଣିମା ଦିନ ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ । ଏଥର ଭକ୍ତଙ୍କ ଗହଣରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଦ୍ବିଗୁଣା ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଆସନ୍ତାକାଲି (ମଙ୍ଗଳବାର) ଭୋର ୪ଟାରେ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ । ସକାଳ ୯.୩୦ ରୁ ୧୧.୩୦ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ୧୨.୧୫ରେ ଛେରା ପହଁରା ଓ ୧୨.୩୦ରୁ ୨.୩୦ ମଧ୍ୟରେ ହାତୀବେଶ ଶେଷ କରାଯିବ । ସକାଳେ ପରିମାଣିକ ଟିକେଟ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରାଯିବ । ଭକ୍ତମାନେ ବଡ଼ଦାଣ୍ଡରୁ ଜଳଲାଗି ଓ ହାତୀବେଶ ପରେ ତିନି ଘଣ୍ଟା ସ୍ନାନ ମଣ୍ଡପ ଉପରେ ମହାପ୍ରଭୁଙ୍କ ଅପୂର୍ବ ବେଶ ଦେଖିବାର ସୁଯୋଗ ପାଇବେ ।

ସ୍ନାନ ଯାତ୍ରା ନୀତି କାର୍ଯ୍ୟସୂଚୀ

  • ମଙ୍ଗଳାର୍ପଣ - ରାତ୍ର ୩.୩୦
    ଡୋର ଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ୪ଟାରୁ ୬ଟା
    ମଙ୍ଗଳ ଆଳତୀ - ୬.୩୦
    ମଇଲମ- ୬.୪୦
    ତଡପଲାଗି-୭.୦୦
    ଅଧରପୋଛା- ୭.୩୦
    ଅବକାଶ- ୮.୦୦
    ବେଶ ଶେଷ - ୮.୩୦
    ରୋଷ ହୋମ - ୮.୪୦
    ସୂର୍ଯ୍ୟ ପୂଜା -୯.୦୦
  • ଦ୍ଵାରପାଳ ପୂଜା - ୯.୧୦
    ଜଳବିଜେ, ପୂଜା, ସ୍ନାନ - ୯.୩୦ ରୁ ୧୧.୩୦
    ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ବେଶ - ୧୨.୦୦
    ଛେରା ପହଁରା -୧୨.୧୫
    ହାତୀବେଶ - ୧୨.୩୦ରୁ ୨.୩୦
    ମହନ୍ତ ଶାଢ଼ୀବନ୍ଧା - ୩.୧୫
    ଘଣ୍ଟଛତା ସକାଳ ଧୂପ - ୩.୩୦ ରୁ ୫.୦୦
    ଦକ୍ଷିଣିଘର ଭୋଗ- ୫.୩୦
    ସାହାଣମେଲା - ସନ୍ଧ୍ୟା ୬ ରୁ ୯.୩୦
    ପୁଷ୍ପାଞ୍ଜଳି ଓ ଡୋରଲାଗି- ୧୦.୦୦
    ବାହୁଡା ପହଣ୍ଡି - ୧୦ରୁ ୧ଟା
    ସୁନା ଚିତା ଓ ରାହୁ ରେଖା ମଇଲମ- ୧.୩୦

ABOUT THE AUTHOR

...view details