ଓଡିଶା

odisha

ETV Bharat / city

ପୁଣି ମହାପ୍ରଭୁଙ୍କ ରଥଯାତ୍ରାର ବ୍ୟଙ୍ଗାତ୍ମକ ଫଟୋ ଭାଇରାଲ - ମହାପ୍ରଭୁଙ୍କ ରଥଯାତ୍ରାର ବ୍ୟଙ୍ଗାତ୍ମକ ଫଟୋ ଭାଇରାଲ

ପୁଣି ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ବ୍ୟଙ୍ଗାତ୍ମକ ଭାବେ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି। ଇସ୍କନର ଜଣେ ଅନୁଗାମୀ ସୁମିତ୍ର କ୍ରୀଷ୍ଣା ଦାସ ନାମକ ଜଣେ ବ୍ୟକ୍ତି ନିଜ ଫେସବୁକରେ ଏହି ଫଟୋ ସେୟାର କରିଛନ୍ତି। ଅଧିକ ପଢ଼ନ୍ତୁ

ପୁଣି ମହାପ୍ରଭୁଙ୍କ ରଥଯାତ୍ରାର ବ୍ୟଙ୍ଗାତ୍ମକ ଫଟୋ ଭାଇରାଲ
ପୁଣି ମହାପ୍ରଭୁଙ୍କ ରଥଯାତ୍ରାର ବ୍ୟଙ୍ଗାତ୍ମକ ଫଟୋ ଭାଇରାଲ

By

Published : Jul 6, 2022, 10:31 AM IST

ପୁରୀ:ପୁଣି ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ବ୍ୟଙ୍ଗାତ୍ମକ ଭାବେ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି। ଇସ୍କନର ଜଣେ ଅନୁଗାମୀ ସୁମିତ୍ର କ୍ରୀଷ୍ଣା ଦାସ ନାମକ ଜଣେ ବ୍ୟକ୍ତି ନିଜ ଫେସବୁକରେ ଏହି ଫଟୋ ସେୟାର କରିଛନ୍ତି।

ପୁଣି ମହାପ୍ରଭୁଙ୍କ ରଥଯାତ୍ରାର ବ୍ୟଙ୍ଗାତ୍ମକ ଫଟୋ ଭାଇରାଲ

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋଟି ଏକ ବସରେ ଝରକା ପଟେ ବଡ ଠାକୁର ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ବସିଥିବା ଦେଖିବାକୁ ମିଳିଛି। ତେବେ ମହାପ୍ରଭୁଙ୍କ ରଥଯାତ୍ରାକୁ ଏକ ବସ ଯାତ୍ରାରେ ଅନ୍ୟ କୌଣସି ସ୍ଥାନକୁ ବୁଲିଯିବା ସହିତ ତୁଳନାକୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ରଥଯାତ୍ରାକୁ ବ୍ୟଙ୍ଗ ଭାବେ ଦର୍ଶାଇବାକୁ ଚେଷ୍ଟା କରିଥିବା ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details