ପୁରୀ: ସଂଜୟ ଦାସ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣା (Sanjay Das Burma PA death case) । ଘଟଣାର ତଦନ୍ତ ନେଇ ସ୍ଵତନ୍ତ୍ର ଟିମ ଗଠନ କଲା ପୋଲିସ। ଚିତ୍ତରଞ୍ଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛି ପୁରୀ ପୋଲିସ ।
ସଂଜୟ ଦାସ ବର୍ମାଙ୍କ ପିଏଙ୍କ ମୃତ୍ୟୁ ଘଟଣାରେ ପୁରୀ ଅତିରିକ୍ତ ଏସପି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ (Puri Additional SP) କହିଛନ୍ତି ଘଟଣାର ତଦନ୍ତ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ସେ ନିଜେ ଏହି ଟିମର ମୁଖ୍ୟ ରହି ଘଟଣାର ତଦନ୍ତ କରୁଛନ୍ତି। ପୁରୀ ଏସପି ମଧ୍ୟ ଘଟଣାସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଜଗା ନାମକ ଏକ ଯୁବକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ମୃତକଙ୍କ ପରିବାର ଲୋକ ସିଧାସଳଖ ଜଗାକୁ ଏଥିପାଇଁ ଦାୟୀ କରି ସେ ହିଁ ହତ୍ୟା କରିଥିବା ଅଭିଯୋଗ ରେ ଦର୍ଶାଇଛନ୍ତି । ତେବେ ବିଭିନ୍ନ ଦିଗକୁ ଅନୁଧ୍ୟାନ ପରେ ଏ ନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଛି।