ଓଡିଶା

odisha

ETV Bharat / city

ବାଲୁକା କଳାରେ 2021 ଶୁଭେଚ୍ଛା, କୋରୋନା ଟୀକା ନେଇ ଆଶାବାଦୀ ସୁଦର୍ଶନ - Puri beach in Odisha

କୋଭିଡ ଟୀକା ଆସିବା ନେଇ ବାଲୁକା କଳାରେ ଶୁଭେଚ୍ଛା । ତେବେ 2021 ସମସ୍ତ ବିଶ୍ବବାସୀଙ୍କ ପାଇଁ ସୁସ୍ଥ ଓ ନିରାପଦ ବର୍ଷ ହେଉ ବୋଲି ସୁଦର୍ଶନ ବାଲୁକା କଳାରେ ଦର୍ଶାଇଛନ୍ତି। ଅଧିକ ପଢନ୍ତୁ...

2021 ରେ କୋଭିଡ ଟୀକା ଆସିବା ନେଇ ବାଲୁକା ଚିତ୍ର କଳା
2021 ରେ କୋଭିଡ ଟୀକା ଆସିବା ନେଇ ବାଲୁକା ଚିତ୍ର କଳା

By

Published : Jan 1, 2021, 7:34 AM IST

ପୁରୀ: ଆଜି ଠୁ ଇଂରାଜୀ ନବବର୍ଷର ଆରମ୍ଭ। ହେଲେ ପୁରୁଣା ବର୍ଷ 2020 ସମସ୍ତଙ୍କୁ ଅନେକ ଦୁଃଖ ଦେଇଛି। କୋଭିଡ ମହାମାରୀ ସଂକ୍ରମଣ ନେଇ ପୂର୍ବ ବର୍ଷ ସାରା ବିଶ୍ବ ପାଇଁ ଭୟାତୁର ସମୟ ଥିଲା। 2021 ମସିହାରେ ଏହାର ଟୀକା ଆସିବାର ସମ୍ଭାବନା ଥିବା ସମସ୍ତେ ଆଶାବାଦୀ ଅଛନ୍ତି।

ଏମିତି କିଛି ଆଶା ଭରସାକୁ ନେଇ ବିସିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନବ ବର୍ଷରେ ଲୋକଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। 2021 ରେ ଜଲଦି କୋଭିଡ ଟୀକା ଆସିବାର ଆଶା ସେ ରଖିଥିବା ତାଙ୍କ ବାଲୁକା ଚିତ୍ର କଳା ରେ ସ୍ଥାନ ଦେଇଛନ୍ତି।

ନିଆରା ବାଲୁକା କଳା; 2021ରେ ଟୀକା ଆସିବା ନେଇ ଆଶାବାଦୀ ସୁଦର୍ଶନ

ତେବେ 2021 ସମସ୍ତ ବିଶ୍ବବାସୀଙ୍କ ପାଇଁ ସୁସ୍ଥ ଓ ନିରାପଦ ବର୍ଷ ହେଉ ବୋଲି ସୁଦର୍ଶନ ତାଙ୍କ ବଲୁକା ଚିତ୍ର କଳା ମାଧ୍ୟମରେ ଦର୍ଶାଇଛନ୍ତି।

2021 ରେ କୋଭିଡ ଟୀକା ଆସିବା ନେଇ ବାଲୁକା ଚିତ୍ର କଳା

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details