ପୁରୀ: ସ୍ବାସ୍ଥ୍ୟଗତ କାରଣ ପାଇଁ ଜାପାନର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆରୋଗ୍ୟ କାମନା କରିଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ନିଜ ବାଲୁକା କଳା ମାଧ୍ୟମରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏନେଇ ସେ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ଟ୍ବିଟରରେ ଲେଖିଛନ୍ତି, ଆମେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆରୋଗ୍ୟ କାମନା କରୁଛୁ । ତାଙ୍କ ନେତୃତ୍ବରେ ଭାରତ-ଜାପାନ ବନ୍ଧୁତ୍ବ ଏକ ନୂତନ ଉଚ୍ଚତାକୁ ଛୁଇଁ ପାରିଥିଲା । ସେ ମଧ୍ୟ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଜଣେ ଭଲ ବନ୍ଧୁ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି ।