ଓଡିଶା

odisha

ETV Bharat / city

କୋଣାର୍କ ମନ୍ଦିର ଗର୍ଭଗୃହରୁ କଢାଯିବ ବାଲି ! - sanctum sanctorum of the Konark temple

କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢା ଯାଇପାରେ ବାଲି । ମନ୍ଦିରର ଉପଯୁକ୍ତ ସଂରକ୍ଷଣ ପାଇଁ ଏଏସଆଇ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସରେ ଚାଲିଥିବା ଦୁଇଦିନିଆ ଜାତୀୟ କର୍ମଶାଳାରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Konark temple
କୋଣାର୍କ ମନ୍ଦିର ଗର୍ଭଗୃହରୁ କଢାଯିବ ବାଲି !

By

Published : Mar 1, 2020, 8:45 AM IST

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢାଯାଇପାରେ ବାଲି । ମନ୍ଦିରର ଉପଯୁକ୍ତ ସଂରକ୍ଷଣ ପାଇଁ ଏଏସଆଇ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସରେ ଚାଲିଥିବା ଦୁଇଦିନିଆ ଜାତୀୟ କର୍ମଶାଳାରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । କର୍ମଶାଳା ପରେ ଏପରି କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ।

କୋଣାର୍କ ମନ୍ଦିର ଗର୍ଭଗୃହରୁ କଢାଯିବ ବାଲି !

1905 ମସିହାରେ ଇଂରେଜମାନେ ମନ୍ଦିରରେ ବାଲି ଭର୍ତ୍ତି କରିଥିଲେ । ଏବେ ସେହି ବାଲି କାଢିବାକୁ ସମସ୍ତେ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ସେହିପରି ମନ୍ଦିରର ବାହ୍ୟ ଓ ଗର୍ଭଗୃହର ସ୍ଥିତି ସମ୍ପର୍କରେ ରୁର୍କିର ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ଯାଞ୍ଚ ରିପୋର୍ଟ ପଦାକୁ ଆସିଛି । ଏଥିରେ ମନ୍ଦିର ଗର୍ଭଗୃହର ସ୍ଥିତି ବିପଦଜନକ ଥିବା ଜଣାପଡିଛି । ମନ୍ଦିରର ସୁରକ୍ଷା ପାଇଁ ମନ୍ଦିର ମଧ୍ୟରେ ବାଲି ଭର୍ତ୍ତି ପାଇଁ ସିବିଆରଆଇ ପୂର୍ବରୁ ପରାମର୍ଶ ଦେଇଥିଲା । ତେବେ ସବିଶେଷ ବିଚାର ବିମର୍ଷ ପରେ କୋଣାର୍କର ଗର୍ଭ ଗୃହରୁ ବାଲି କଢାଯିବା ନେଇ ଚୂଡାନ୍ତ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କହିଛନ୍ତି ।

ସେପଟେ ଏନେଇ ଏଏସଆଇ ଟେକ୍ନିକାଲ କୋର୍ କମିଟି ସଦସ୍ୟ ଏନ୍.ସି. ପାଲ୍ ବି ତାଙ୍କ ପ୍ରତିକ୍ରିୟାରେ ପୂର୍ବରୁ ଅନେକ ବିଶେଷଜ୍ଞ ବାଲି କାଢିବାକୁ ଚାହିଁଥିବା କହିଛନ୍ତି । ବାଲି କାଢି ତା ସ୍ଥାନରେ ଷ୍ଟିଲ୍‌ କିମ୍ବା ପଥର ଖମ୍ବ ବସାଇବାକୁ ଏକ୍ସପର୍ଟ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details