ପୁରୀ :ମହାପ୍ରଭୁଙ୍କ ଦର୍ଶନ ପାଇଁ 23 ତାରିଖରୁ ଶ୍ରୀମନ୍ଦିର ଖୋଲିବ । ପ୍ରଥମେ ତିନି ଦିନ ସେବାୟତ ପରେ 31 ଡିସେମ୍ବର ପର୍ଯ୍ୟନ୍ତ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ ପାଇବା ନେଇ ବ୍ୟବସ୍ଥା ହୋଇଛି । ତେବେ ଜାନୁଆରୀ 3 ତାରିଖରୁ ସମସ୍ତେ ମହାପ୍ରଭୁଙ୍କ ଦର୍ଶନ ପାଇବେ । ତେବେ କୋଭିଡ କଟକଣା ମାନି ଦର୍ଶନ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥା କରାଯାଇଛି ।
ମହାପ୍ରଭୁଙ୍କ ଦର୍ଶନ ନେଇ ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା - ମହାପ୍ରଭୁଙ୍କ ଦର୍ଶନ ନେଇ ବାଲୁକା ଚିତ୍ରକଳା
ମହାପ୍ରଭୁଙ୍କ ଦର୍ଶନ ନେଇ ବାଲୁକା ଚିତ୍ରକଳା । କୋଭିଡ ଗାଇଡ଼ ଲାଇନ ମାନି ଦର୍ଶନ କରିବାକୁ ବାଲୁକା ଚିତ୍ର କଳା ମାଧ୍ୟମରେ ଦେଇଛନ୍ତି ବାର୍ତ୍ତା । ଅଧିକ ପଢନ୍ତୁ....
ମହାପ୍ରଭୁଙ୍କ ଦର୍ଶନ ନେଇ ବାଲୁକା ଚିତ୍ରକଳା
ତେବେ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ବାଲୁକା ଚିତ୍ର ଶିଳ୍ପୀ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଶ୍ରୀମନ୍ଦିରର ପ୍ରତିକୃତି ସ୍ଥାନ ଦିଆଯାଇଛି ଏହି ବାଲୁକା ଚିତ୍ରକଳାରେ । ତେବେ ଶ୍ରୀମନ୍ଦିରକୁ ଯିବା ପୂର୍ବରୁ ଭକ୍ତମାନେ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନି ଦର୍ଶନ କରିବାକୁ ସେ ବାଲୁକା ଚିତ୍ରକଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ