ଓଡିଶା

odisha

By

Published : Dec 4, 2020, 10:25 AM IST

ETV Bharat / city

ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ଉତ୍ସବ, କଳାକୃତିରେ ସଚେତନତା ବାର୍ତ୍ତା

ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଛି ଅନ୍ତଜାର୍ତୀୟ ବାଲୁକା ଚିତ୍ରକଳା ଉତ୍ସବ । ଭଳିକି ଭଳି ବାଲୁକାକଳାରେ ବାଲୁକାଶିଳ୍ପୀ ଦେଉଛନ୍ତି ସଚେତନତା ବାର୍ତ୍ତା । ଏହି ଉତ୍ସବରେ 70ଜଣ ବାଲୁକାଶିଳ୍ପୀ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ...

ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ଉତ୍ସବ, କଳାକୃତିରେ ସଚେତନତା ବାର୍ତ୍ତା
ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ଉତ୍ସବ, କଳାକୃତିରେ ସଚେତନତା ବାର୍ତ୍ତା

ପୁରୀ: କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗାରେ ଚାଲିଛି ଅନ୍ତର୍ଜାତୀୟ ବାଲୁକାଚିତ୍ର କଳା ଉତ୍ସବ । ଭଳିକି ଭଳି ବାଲୁକାକଳା କରି ସଚେତନତା ବାର୍ତ୍ତା ଦେଉଛନ୍ତି ଦେଶରୁ କୋଣ ଅନୁକୋଣରୁ ଆସିଥିବା ବାଲୁକାଶିଳ୍ପୀ ।

ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ଉତ୍ସବ, କଳାକୃତିରେ ସଚେତନତା ବାର୍ତ୍ତା

ବାଲୁକା ଚିତ୍ରକଳା ଉତ୍ସବରେ ମୋଟ 25ଟି ଷ୍ଟଲରେ ଏହି ବାଲୁକା କଳାକୃତି ନିର୍ମାଣ ହେଇଛି । ଯାହାକୁ ନିର୍ମାଣ କରିଛନ୍ତି ସାରା ଦେଶରୁ ଆସିଥିବା 70ଜଣ ବାଲୁକା ଚିତ୍ରଶିଳ୍ପୀ । ଆଉ ବେଳାଭୂମିରେ ଏହି ସୁନ୍ଦର ସୁନ୍ଦର ବାଲୁକାକଳାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖିବାକୁ ମିଳିଛି । ଏଥିପାଇଁ ଜମୁଛି ଭିଡ । କୋରୋନା କଟକଣା ମଧ୍ୟରେ ଲୋକେ ବାଲୁକାକଳା ପ୍ରଦର୍ଶନୀ ଦେଖୁଛନ୍ତି ।

ଏଥିପାଇଁ ଅପରାହ୍ନ 3ଟାରୁ ପର୍ଯ୍ୟଟକଙ୍କୁ ପଞ୍ଜିକରଣ କରିବାକୁ ପଡୁଛି । ତେବେ ଓଡିଶା ପର୍ଯ୍ୟଟନ ବିଭାଗ ଓ ଅନ୍ତର୍ଜାତୀୟ ବାଲୁକାଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ବବଧାନରେ ଏହି ବାଲୁକାଚିତ୍ର କଳା ଉତ୍ସବ ଅୟୋଜନ କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details