ପୁରୀ: ବାଲୁକା ଚିତ୍ର କଳାରେ ନବୀନଙ୍କ ଶୁଭେଚ୍ଛା । ଦେଶର ନଂ 1 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ନବୀନଙ୍କ ଅବିକଳ ନକଲ ଏକ ବାଲୁକା କଳା କରି ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଜାତୀୟ ଚ୍ୟାନେଲ ସର୍ଭେ ସଂସ୍ଥା ପକ୍ଷରୁ ସାରା ଦେଶର ଶ୍ରେଷ୍ଠ 10 ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସର୍ଭେ ହୋଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି । ଏହାକୁ ନେଇ ବଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନବୀନଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ବେଳାଭୂମିରେ ସେ ଏହି ସୁନ୍ଦର ବଲୁକା ଚିତ୍ର କଳାଟିକୁ ଗଢି ଥିବା ବେଳେ ଏହି ଚିତ୍ର କଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକୃତି ରହିଛି । ତେବେ ଏହି ସୁନ୍ଦର ବଲୁକା ଚିତ୍ରକଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ ଭିଡ ଦେଖିବାକୁ ମିଳିଛି ।