ପୁରୀ: ଜାପାନ ପୂର୍ବତନ ପ୍ରଧନମନ୍ତ୍ରୀ ସିଞ୍ଜୋ ଆବେଙ୍କ ବିୟୋଗରେ ମର୍ମାହତ ବିଶ୍ବ । ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତ ପାଇଁ ଏକ ଦୁଃଖଦ ଖବର । କାରଣ ସିଞ୍ଜୋ ଭାରତର ଏକ ଭଲ ବନ୍ଧୁ ଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହିକ୍ରମରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ସୁଦର୍ଶନ । ସୂଚନା ଅନୁଯାୟୀ, ଆଜି(ଶୁକ୍ରବାର) ଜାପାନର ପୂର୍ବତନ ପ୍ରଧନମନ୍ତ୍ରୀ ସିଞ୍ଜୋ ଆବେ ପ୍ରଚାର କରୁ ଥିବାବେଳେ ଆତତାୟୀ ଗୁଳିମାଡ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ଅନୁଯାୟୀ ଗୁଳିମାଡ କରିଥିବା ଜଣେ ପୂର୍ବ ସେନା କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ ।