ଭୁବନେଶ୍ବର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ କୋରୋନା( Sudarsan Pattnaik Tested Covid-19) । ଟ୍ବିଟ କରି ଏନେଇ ନିଜେ ସୂଚନା ଦେଇଛନ୍ତି ସୁଦର୍ଶନ । ଏଥିସହ ତାଙ୍କ ନିକଟରେ କୋଭିଡର ସମସ୍ତ ଲକ୍ଷଣ ଥିବା କହିଛନ୍ତି ।
ସେ କହିଛନ୍ତି ଯେ, 'ମୁଁ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ହୋମ୍ କ୍ବାରେଣ୍ଟାଇନରେ ରହିବା ସହ କୋଭିଡ ନିୟମ ମାନୁଛି । ମୋ ନିକଟରେ କୋଭିଡର ସମସ୍ତ ଲକ୍ଷଣ ଚିହ୍ନଟ ହୋଇଛି । କୋଭିଡକୁ ଆଦୌ ହେୟଜ୍ଞାନ କରନ୍ତୁ ନାହିଁ । ମାସ୍କ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁ ।'