ଓଡିଶା

odisha

ETV Bharat / city

ଲକ୍‌ଡାଉନ୍‌: ବାଲୁକାକଳାରେ ଘରେ ରହିବାକୁ ପରାମର୍ଶ

କୋଭିଡ 19 ଭୂତାଣୁ ସଂକ୍ରମଣ ରୋକିବା ନେଇ ଦେଶରେ ଚାଲିଛି ଲକ୍‌ଡାଉନ୍‌ । ତେବେ ଏହି ସମୟରେ ଘରେ ରହିବାକୁ ବାଲୁକା କଳା ମାଧ୍ୟମରେ ପରାମର୍ଶ ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

sand art on lockdown
ଲକ୍‌ଡାଉନ୍‌: ବାଲୁକାକଳାରେ ଘରେ ରହିବାକୁ ପରାମର୍ଶ

By

Published : Apr 3, 2020, 8:45 PM IST

ପୁରୀ: କୋଭିଡ 19 ଭୂତାଣୁ ସଂକ୍ରମଣ ରୋକିବା ନେଇ ଦେଶରେ ଚାଲିଛି ଲକ୍‌ଡାଉନ୍‌ । ଏପ୍ରିଲ 14 ତାରିଖ ଯାଏ ଲୋକମାନେ ଧୈର୍ଯ୍ୟର ସହ ଘରେ ରହିବାକୁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ତେବେ ଏହି ବାର୍ତ୍ତାକୁ ବାଲୁକାକଳା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ଚେଷ୍ଟା କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଲକ୍‌ଡାଉନ୍‌: ବାଲୁକାକଳାରେ ଘରେ ରହିବାକୁ ପରାମର୍ଶ

ପୁରୀ ବେଳାଭୂମିରେ ଏହି ପ୍ରସଙ୍ଗକୁ ନେଇ ବଲୁକା କଳା କରିଛନ୍ତି । ବାଲୁକା କଳାରେ ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’ ବାର୍ତ୍ତା ଦେଇଛନ୍ତି । ସେହିପରି କୋରୋନା ନେଇ ଚିକିତ୍ସା କରୁଥିବା ଡାକ୍ତର ଓ ମେଡିକାଲ କର୍ମଚାରୀ ସବୁବେଳେ ପ୍ରସ୍ତୁତ ଥିବାବେଳେ ଲୋକମାନେ ମଧ୍ୟ ଡକ୍ଟର ଓ ମେଡିକାଲ କର୍ମଚାରୀଙ୍କୁ ସହଯୋଗ କରିବା ଦରକାର ବୋଲି ସେ ଉଲ୍ଲେଖ କରିଛନ୍ତି । ଏହାସହ ସେମାନଙ୍କୁ ଖରାପ ବ୍ୟବହାର ନ କରିବା ପାଇଁ ମଧ୍ୟ ଏହି ବାଲୁକା କଳାରେ ବାର୍ତ୍ତା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details