ପୁରୀ: କୋରୋନା ଭାଇରସ ଭାରତରେ ବ୍ୟାପିବା ଆରମ୍ଭ କରିଛି। ତେବେ ଏଥିରେ ଅତ୍ୟଧିକ ଭୟଭୀତ ନ ହୋଇ ସଚେତନ ହେଲେ କୋରୋନା କବଳରୁ ମୁକ୍ତ ହୋଇ ପାରିବା ବୋଲି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।
କୋରୋନା ସଚେତନତା ନେଇ ବାଲୁକା କଳା - ପୁରୀ ବାଲୁକା କଳା
କରୋନା ସଚେତନତା ନେଇ ବାଲୁକା କଳା । ବାଲୁକାକଳାରେ ଭୟଭୀତ ନହେବାକୁ ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
କୋରୋନା ସଚେତନତା ନେଇ ବାଲୁକା କଳା
ବିଶେଷ କରି ସବୁବେଳେ ହାତ ଧୋଇବା ନେଇ ସେ ଲୋକଙ୍କୁ ବାଲୁକା କଳାରେ ସଚେତନ କରିଛନ୍ତି । ପୁରୀ ବେଳାଭୂମିରେ ବାଲୁକା କଳାରେ ‘ଲେଟସ ପ୍ଲେ ଆୱାର ରୋଲ, ଡୁ ନଟ ପାନିକ କୋଭିଡ 19’ ଲେଖି ସାରା ବିଶ୍ବକୁ ଏହା କହିଛନ୍ତି ସେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Mar 13, 2020, 9:43 AM IST