ପୁରୀ: ଦିନକୁ ଦିନ ହ୍ରାସ ପାଉଛି ଜଙ୍ଗଲ । ଜଙ୍ଗଲ ହ୍ରାସ ପାଇବା ଫଳରେ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡକୁ ମାଡି ଆସୁଛନ୍ତି ହାତୀପଲ । ଯେଉଁଥି ପାଇଁ ହାତୀ ଓ ମନୁଷ୍ୟ ଭିତରେ ଲଢେଇ ଦେଖିବାକୁ ମିଳୁଛି । ଅନେକ ସମୟରେ ନିରୀହ ଲୋକଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହେଉଥିବାବେଳେ ଜଙ୍ଗଲ ହ୍ରାସ ଯୋଗୁଁ ଅନାୟାସରେ ଶିକାରୀମାନେ ହାତୀକୁ ମାରି ଦାନ୍ତ ନେଉଥିବା ଦେଖିବାକୁ ମିଳୁଛି ।
ଏଭଳି ହେଲେ ଧିରେ ଧିରେ ହାତୀ ବଂଶ ଲୋପ ପାଇଯିବ । ଏଣୁ ଉଭୟ ହାତୀ ଓ ଜଙ୍ଗଲ ସୁରକ୍ଷା ନେଇ ସମସ୍ତେ ଆଗେଇ ଆସିବାକୁ ବାଲୁକା କଳା ମାଧ୍ୟମରେ ଆହ୍ବାନ ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଅବିକଳ ହାତୀ ଓ କଟା ଗଛ କରି ସେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ।