ପୁରୀ: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ପୁରୀ ସମୁଦ୍ର ବେଳାଭୂମିରେ ମହାପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ରଥର ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତିନି ରଥ ଓ ତ୍ରିମୂର୍ତ୍ତୀଙ୍କୁ ବାଲୁକାରେ ରୂପ ଦେଇଛନ୍ତି ସୁଦର୍ଶନ । ଏଥିସହ ଭକ୍ତ ବଳରାମଦାସଙ୍କ ନତମସ୍ତକ ଛବିକୁ ବାଲୁକା କଳା ମାଧ୍ୟମରେ ଦର୍ଶାଯାଇଛି।
ଭାବବିନୋଦିଆ କାଳିଆ: ବାଲିରେ ରଥ ଟାଣିଲେ ଭକ୍ତ ବଳରାମଦାସ - ratha yatra
ପୁରୀ ବେଳାଭୂମିରେ ତିନିରଥ ଓ ତ୍ରିମୂର୍ତ୍ତୀଙ୍କ କଳାକୃତି । ସୁଦର୍ଶନ ସାଣ୍ଡ ଆର୍ଟ ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ବାଲୁକା କଳାକୃତି । ଯେଉଁଥିରେ ଭକ୍ତ ବଳରାମଦାସଙ୍କ ନତମସ୍ତକ ଛବିକୁ ଅତି ସୁନ୍ଦର ଭାବେ ବାଲୁକା କଳାରେ ଦର୍ଶାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ବିଶେଷ କରି ଚାରି ଦଶକରେ ବଳରାମ ଦାସ ମହାପ୍ରଭୁଙ୍କ ଏପରି ଏକ ଭକ୍ତ ଥିଲେ ଯିଏକି ବାଲିରେ ତିନି ରଥ ନିର୍ମାଣ କରି ଭଗବାନଙ୍କୁ ସ୍ମରଣ କରି ପୂଜା କରିଥିଲେ। ଆଉ ସେହି ଦିନଠୁ ବଳରାମଦାସଙ୍କ ଭକ୍ତି, ବାଲୁକା କଳାକୃତି ଓ ବାଲୁକା କଳାର ସୃଷ୍ଟି ବୋଲି କହିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
ପୁରୀରୁ ତାପସ ପରିଡା, ଇଟିଭି ଭାରତ
Last Updated : Jul 3, 2019, 11:41 PM IST